Han

ହନୁମାନଙ୍କ ମନ୍ଦିରରେ ଦଧିନଉତି ସ୍ଥାପନ

Religion and Cult

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ନିମପଡ଼ା ଛକଠାରେ ନିର୍ମାଣ ହେଉଥିବା ନୂତନ ଶ୍ରୀ ହନୁମାନ ମନ୍ଦିରର ଦଧିନଉତି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱନାଥ ବିଶ୍ୱାଳ ଓ ତାଙ୍କର ପତ୍ନି ବୀଣାପାଣିଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀରୁ ଶୁଭାଧିବାସ ସହ ଘଟୋତ୍ତୋଳନ କରା ଯାଇ ପଣ୍ଠିତ ବିରେନ୍ଦ୍ର ତ୍ରୀପାଠୀ ଙ୍କ ଦ୍ୱାରା ପୂଜାରମ୍ଭ କରାଯାଇଥିଲା । ପରେ ଗ୍ରାମବାସୀ ଓ କୀର୍ତନ ଦଳଙ୍କ ସହଯୋଗରେ ଦଧିନଉତିକୁ ନିମପଡ଼ା,ରଘୁନାଥପୁର,ଦୋଳପଦୀ,ନରସିଂହପୁର, ପାଟଣା ଆଦି ଗ୍ରାମ ପ୍ରରିକ୍ରମା କରାଯାଇ ପରେ ମନ୍ଦିର ଚୁଡ଼ାରେ ସ୍ଥାପନ କରାଯାଇଥିଲା । ବିଶ୍ୱର୍କର୍ମା ଈଶ୍ୱର ବିଶ୍ୱାଳଙ୍କ ଦ୍ୱାରା ଏହା ସ୍ଥାପିତ ହୋଇଥିବା ସମୟରେ ସୁରେଶ ବିଶ୍ୱାଳ,ତୁଷାରକାନ୍ତ ବିଶ୍ୱାଳ,ସରୋଜ ବାରିକ, କୈଳାସ ରାଉତ,ରବିନ୍ଦ୍ର ରାଉତ, ସୁଭେନ୍ଦୁ ବିଶ୍ୱାଳ,ନକୁଳ ବାରିକ,ସରୋଜ ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାର ଦର୍ଶନ କରିଥିଲେ । ଉକ୍ତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୯ ତାରିଖରୁ ତ୍ରୀଦିବସ ଧରି ଆରମ୍ଭ ହେବାସହ ଏକଶତ ଆଠ ଜଣ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରରେ ଅଣାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର ସୂଚନା ମିଳିଛି ।