Photo1 For The News Of Ama Odisga Nbin Odisha Program

ଚାରି ପଂଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

State

ଆଗରପଡ଼ା :ଆମ ଓଡ଼ିଣା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଆଗରପଡ଼ା ୧୪ନଂ ଜୋନ ଅନ୍ତର୍ଗତ ଗୋପିନାଥପୁର, ଚାରିଗାଁ ,ଅଣିଜୋ ଓ ବଡ଼ମହିଁଷଗୋଠ ପଞ୍ଚାୟତରେ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପାଧ୍ୟକ୍ଷ ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ ସେଠୀ, ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ବିଜେଡ଼ି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ସରପଞ୍ଚ ଗୀତିକା ଭୋଇ, ମାଳତୀଲତା ପୃଷ୍ଟି, ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ଅତସ୍ମିତା ରାଉତ, ଧରଣୀଧର କର, ରାଜ୍ୟ ବିଜେଡ଼ି ଛାତ୍ର ଉପସଭାପତି ଚିନ୍ମୟ ଦାସ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ଯୁବନେତା ଧରଣୀଧର ପୃଷ୍ଟି, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ, ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଆଦି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକା, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ଅଙ୍ଗନୱାର୍ଡ଼ୀ କର୍ମୀ, ସହାୟକ, ଆଶା କର୍ମୀ ମାନଙ୍କୁ ଅତିଥିମାନେ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ବିଭିନ୍ନ ସଚେତନତାଧର୍ମୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମମାନ ପ୍ରଦର୍ଶୀତ ହୋଇଥିଲା ।

Photo2 For The News Of Ama Odisga Nbin Odisha Program