Kids Masti Cafe Play School Annual Day

କିଡ୍ସ ମସ୍ତିକେଫ ପ୍ଲେ ସ୍କୁଲ ର ବାର୍ଷୀକ ଉତ୍ସବ ଅନୁଷ୍ଠିତ

State

ବାରିପଦା: ସ୍ଥାନୀୟ ଶହୀଦସ୍ମୃତି ଭବନ ଠାରେ ବାରିପଦା ସହରର କାଳିମନ୍ଦିର ସାହି ଠାରେ ଥିବା କିଡ୍ସ ମସ୍ତିକେଫ ପ୍ଲେ ସ୍କୁଲ ର ବାର୍ଷୀକ ଉତ୍ସବ ଏକ ବାନ୍ନାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । କିଡ୍ସ ମସ୍ତିକେଫ ପ୍ଲେ ସ୍କୁଲ ର ନିର୍ଦ୍ଧେଶକ ହରିପ୍ରସାଦ ବାରିକ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ , ସମ୍ମାନୀତ ଅତିଥି ଭାବେ ଡ. ଚିତ୍ତରଞନ ଗିରି , ଶିକ୍ଷାବିତ ଅମିତାଭ ମିଶ୍ର , ଶଶାଙ୍କ ଦଣ୍ଡପାଟ ପ୍ରମୁଖ ଯୋଗଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥି ସହିତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର କର କମଳ ରେ ପୁରଷ୍କାର ପ୍ରଦାନ କରିଥିଲେ । ସଭାକର୍ଯ୍ୟ ପ୍ରାରମ୍ବରେ ବିଦ୍ୟାଳୟର ଅଧ୍ୟକ୍ଷ ରୀତାରାଣୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିଲେ । ଲତାଶା ବାରିକ ଏବଂ କଲ୍ୟାଣୀ ଦେଓ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ସନ୍ଧ୍ୟାରେ କୁନି କୁନି ପିଲାମାନ ଙ୍କ ଦ୍ୱାରା ଚିତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଅନୁଷ୍ଠିତ ଉକ୍ତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ର ଅଭିଭାବକ ଙ୍କ ସମେତ ଅନ୍ୟାନ୍ୟ ଦର୍ଶକବୃନ୍ଦ ଉପସ୍ଥିତ ଥିଲେ ।