Img 20240714 Wa0197

ସାଂସଦ ନବ ଚରଣ ମାଝୀଙ୍କ କରକମଳରେ ବାମନଘାଟୀ ବ୍ରାହ୍ମଣ ମହାସଭାର ନୂତନ ଗୃହ ପ୍ରତିଷ୍ଠା ଶୁଭ ଉଦ୍ଘାଟିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁଚେଇବୁଢୀ ଗ୍ରାମର ପୂର୍ଣେଶ୍ଵର ମନ୍ଦିର ସମ୍ମୁଖସ୍ଥ ରାସ୍ତା ଅପର ପାର୍ଶ୍ୱରେ ଵାମନଘାଟୀ ବ୍ରାହ୍ମଣ ମହାସଭାର ନୂତନ ଗୃହ ମାନ୍ୟବର ନବ ନିର୍ବାଚିତ ସାଂସଦ ନବ ଚରଣ ମାଝୀଙ୍କ କର କମଳରେ ଆଜି ପୂର୍ବାହ୍ନ ୯ ଘଟିକା ରେ ଲୋକାର୍ପିତ ହୋଇଯାଇଛି । ସୂଚନାଯୋଗ୍ୟ ବାମନଘାଟୀ ଉପଖଣ୍ଡରେ ବ୍ରାହ୍ମଣମାନଙ୍କ ପାଇଁ ସଭାଗୃହ ,ଯଜ୍ଞ ଆଦି କାର୍ଯ୍ୟକ୍ରମ ପାଇଁ ଏକ ଗୃହ ନ ଥିଲା । ତେଣୁ ସେମାନଙ୍କ କଥା ରଖି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ତାଙ୍କ ଅନୁଦାନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।ସେହି ଅର୍ଥରେ ନିର୍ମିତ ନୂତନ ସଭାଗୃହକୁ ଆଜି ମାନ୍ୟବର ସାଂସଦ ନବ ଚରଣ ମାଝୀଙ୍କ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଏହି ଗୃହକୁ ବାସ୍ତୁ ଅନୁସାରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ବିଶିଷ୍ଟ ପଣ୍ଡିତ ପ୍ରସନ୍ନ ଷଡଙ୍ଗୀ ପୂଜାର୍ଚ୍ଚନା,ହୋମ କରିଥିଲେ ।କର୍ତ୍ତା ଭାବରେ ମାନସ ଦାସ ଦାୟିତ୍ଵ ନିଭାଇଥିଲେ ।ନୂତନ ଗୃହ ପାଇ ବ୍ରାହ୍ମଣ ମହାସଭାର ସଦସ୍ୟ/ ସଦସ୍ୟା ବୃନ୍ଦ ବହୁତ ପ୍ରିତ ହୋଇଥିଲେ ।ସମାଜର ପ୍ରଗତି,ବିକାଶ ଓ ଭଲ କାମ ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି ସାଂସଦ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସଭାପତି ପ୍ରଭାସ କବି, ସଂପାଦକ ଅଶ୍ବିନୀ ପଣ୍ଡା, କାର୍ଯ୍ୟକାରୀ ସଂପାଦକ ଗଣେଶ ଦାସ, କୋଷାଧ୍ୟକ୍ଷ ସତ୍ୟ ରଂଜନ ମହାପାତ୍ର ଓ ବ୍ରାହ୍ମଣ ମହାସଭାର ସଦସ୍ୟ ଓ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।