Photo For The News Of Adalpanka Medical

ସମସ୍ୟା ଘେରରେ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

State
  • ବିନା ଫାର୍ମାସିଷ୍ଟ ଓ ଡ଼ାକ୍ତରରେ ରୋଗୀ ସେବା
  • ପ୍ରତିଷ୍ଠାକୁ ୩୧ବର୍ଷ ପୂରିଲାଣି

ଆଗରପଡ଼ା :କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମୀଣ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟିି ହେଉଛି । ବନ୍ତ ବ୍ଲକ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ଠାରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପ୍ରତିଷ୍ଠାକୁ ୧୩ବର୍ଷ ପୂରିବାପରେ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ ସୁଦ୍ଧା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନଙ୍କ କାହାର ମଧ୍ୟ ଆନ୍ତରୀକତା ଥିବାପରି ମନେ ହେଉନାହିଁ । ୧୯୯୩ ମସିହାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ପ୍ରତିଷ୍ଠା ହୋଇପାରି ଥିଲା । ତାପର ଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରିଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିଥିବାବେଳେ ଦିର୍ଘବର୍ଷ ଧରି ଜଣେ ମାତ୍ର ଆୟୁଷ ଡ଼ାକ୍ତର ରୋଗୀ ସେବା କରି ଆସୁଥିଲେ । ‘ଓଏନଏନ’ରେ ବାରମ୍ବାର ଖବର ପ୍ରକାଶିତ ହେବାପରେ ଗତ ୨ମାସ ତଳେ ଏଠାରେ ଜଣେ ଏମ୍‌ବିବିଏସ୍ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରାୟ ୨ବର୍ଷ ହେବ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଥିବା ବେଳେ ପରବର୍ତ୍ତ ସମୟରେ ଫାର୍ମାସିଷ୍ଟ ନିଯୁକ୍ତି ପାଇଥିଲେ ସୁଦ୍ଧା ଗତ ୮ମାସ ହେବ ତାଙ୍କୁ ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ଡ଼େପୁଟେସନରେ ପଠାଯାଇଥିବାର ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଡ଼ିଆ ଓ ରାମଚନ୍ଦ୍ରପୁର ପଞ୍ଚାୟତ ସମେତ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସଢା ପଂଚାୟତ ଅନ୍ତର୍ଗତ ନାହା,ମୈାଦା,ମିଠିଗାଁ,ବେରୁଣପଦୀ ଆଦି ବିଭିନ୍ନ ଗ୍ରାମର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥି ସହିତ ଆଗରପଡ଼ା-ବନ୍ତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ପ୍ରତିଦିନ ଯାଉଥିବା ଶତାଧିକ ଲୋକ ବିଭିନ୍ନ ଦୁର୍ଘଟଣା ଜନିତ ଚିକିତ୍ସା ମଧ୍ୟ ଏଠାରେ ହୋଇଥାନ୍ତି । ମାତ୍ର ସେପରି ସ୍ଥଳରେ ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର,ଫାର୍ମାସିଷ୍ଟଙ୍କ ପରି ଅତ୍ୟାବଶ୍ୟକ କର୍ମଚାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିବାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।