Rahubar

‘ଆଗାମୀ ଦିନରେ ଓଡ଼ିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ’

State

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ।

ତେବେ ଦର୍ଶନ ପରେ ରାଜ୍ୟପାଳ ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଥିବାବେଳେ ଆଗାମୀ ଦିନରେ ଓଡ଼ିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଜ୍ୟପାଳ । ସେପଟେ ପୂର୍ବ ସରକାରର ବିଏସକେଓ୍ବାଇ ସହିତ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଏବେ ବନ୍ଦ ହେବାର ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ।

ସେହିପରି ଚଳିତବର୍ଷ ରଥଯାତ୍ରା ମହାପ୍ରଭୁଙ୍କ କୃପାରୁ ସୁରୁଖୁରୁରେ ଆୟୋଜନ ହେବ ବୋଲି ରାଜ୍ୟପାଳ କହିଛନ୍ତି ।