Onn 3

ଚେକିଂ ଓ ବ୍ଲକିଂ ବେଳେ ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ

Crime State

ପାରାଦ୍ଵୀପ: ଅଭୟଚାନ୍ଦପୁର ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ। ଆହତ ଯୁବକଙ୍କୁ ଅଠରବାଙ୍କି ମେଡିକାଲ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ହେଲେ ରାକେଶ ବେହେରା, ସତ୍ୟରଞ୍ଜନ ସ୍ଵାଇଁ। ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଘଟିଛି ଘଟଣା।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପାରାଦୀପ ଗଡ଼ର ରାକେଶ ବେହେରା ଓ କତକୁଲା ଗ୍ରାମର ସତ୍ୟରଞ୍ଜନ ସ୍ଵାଇଁ ନୂଆ ଗାଁରୁ ଫେରୁଥିବା ସମୟରେ ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଏହି ଦୁଇ ଯୁବକଙ୍କୁ ପୋଲିସ୍ ଅଟକାଇ ଥିଲା। ମାତ୍ର ଯୁବକ ଜଣକ ନଜ ଗାଡ଼ିକୁ ସାଇଡ କରିବା ଭିତରେ ପୋଲିସ ସେମାନଙ୍କୁ ଲାଠିରେ ବାଡ଼େଇଥିଲା। ପୋଲିସ ମାଡରେ ରାକେଶଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ସତ୍ୟରଞ୍ଜନଙ୍କ ମୁଣ୍ଡ ଏବଂ ହାତରେ ସାମାନ୍ୟ ଆଘାତ ଲାଗିଛି।

ଦୁଇ ଯୁବକ ଅଠରବାଙ୍କି ମେଡିକାଲରେ ଚିକିତ୍ସା କରାଯାଇ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପୋଲିସ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବ୍ଲକିଙ୍ଗ ସମୟରେ ସେମାନେ ଗାଡ଼ି ନରଖି ପୋଲିସ କର୍ମଚାରୀଙ୍କ ଉପରେ ଚଢାଇ ଦେଇଥିଲେ। ଏଥିପାଇଁ ଥାନାରେ ଏକ ମାମଲା ଦାଏର କରାଯାଇଥିବା ସୂଚନା ଦେଇଛି ପୋଲିସ।