Onn 3

ସ୍ୱର୍ଗତ ଧିରେନ୍ଦ୍ରନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଯୋଗଦେଲେ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡ଼କ୍ଷୀର ପଂଚାୟତ ବଡ଼କ୍ଷୀର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ ଧିରେନ୍ଦ୍ରନାଥ ସ୍ୱାଇଁଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ମାହାଙ୍ଗା ବରିଷ୍ଠ ବିଜେପି ନେତା ତଥା ସଦସ୍ୟ ରାଷ୍ଟ୍ରୀୟ ବୋର୍ଡ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଆୟୋଜିତ ବାର୍ଷିକ ଉତ୍ସବରେ ସ୍ୱର୍ଗତ ସ୍ୱାଇଁଙ୍କ ପରିବାରର ଶମ୍ଭୁନାଥ ସ୍ୱାଇଁ, ଗୁରୁଚରଣ ସ୍ୱାଇଁ, ସରୋଜ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ବନ୍ଧୁ ପରିବାରବର୍ଗ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

ଏହି ସ୍ମୃତିଚାରଣ ସଭାରେ ଶ୍ରୀ ମିଶ୍ରଙ୍କ ସହ ବିଜେପି କର୍ମୀ ମୀନକେତନ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର,ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ଗୋଲକ ଚନ୍ଦ୍ର ବେହେରା, ସୋମନାଥ ମହନ୍ତ, ବୀରବର ସ୍ୱାଇଁ, ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରମୋଦ ବାରିକ, ଭଜନ ବେହେରା, ସୂର୍ଯ୍ୟକାନ୍ତୀ ହରିଚନ୍ଦନ, ଯୋଗେନ୍ଦ୍ର ବେହେରା, ନିକୁଞ୍ଜରଂଜନ ମହାନ୍ତି, ମଳୟ କୁମାର ଘଡ଼ାଇ,ବୈଦ୍ୟନାଥ ବେହେରା, ବିଭୂତିଭୂଷଣ ସ୍ୱାଇଁ, ଅଶୋକ କୁମାର ମଲିକ,ବିଭୂତିନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ସ୍ୱର୍ଗତ ସ୍ୱାଇଁଙ୍କ ପୁତ୍ର ଜଗବନ୍ଧୁ ସ୍ୱାଇଁ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।