Onn 3

ସାଇବାବାଙ୍କ ମହାସ୍ନାନ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ବାଣୀନଗରଠାରେ ଥିବା ଶ୍ରୀ ଶ୍ରୀ ସାଇବାବାଙ୍କ ଆନନ୍ଦଧାମ ଟ୍ରଷ୍ଟ ପକ୍ଷରୁ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁବାଷିତ ଜଳରେ ସାଇବାବାଙ୍କୁ ଭକ୍ତମାନଙ୍କ ଦ୍ୱାରା ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ପରେ ସଂକୀର୍ତ୍ତନ କରାଯାଇ ବାବାଙ୍କ ପାଲିଙ୍କି ଯାତ୍ରା ଶ୍ରୀ ଶ୍ରୀ ଶକ୍ତିଶ୍ୱର ପୀଠ ତତ୍ରୋଦୟ ମନ୍ଦିର, ନବଗ୍ରହ ମନ୍ଦିର ପରିକ୍ରମା ପରେ ବାବାଙ୍କ ମଧ୍ୟାହ୍ନ ଆଳତୀ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆନନ୍ଦଧାମ ଟ୍ରଷ୍ଟର ସଭ୍ୟ ରମେଶଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ରାଉତ, ଗୁନା ଦାସ, ଗଣେଶ ବେହେରା, ସୁରେନ୍ଦ୍ରନାଥ ମଲ୍ଲିକ, ବାବୁଲୀ ବେଜ, ରଘୁନାଥ ବାରିକଙ୍କ ସମେତ ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଯୋଗଦେଇଥିଲା ବେଳେ ପୂଜକ ଘନଶ୍ୟାମ ପାଢୀ, ଚନ୍ଦନ ମହାପାତ୍ର, ସୁବାଶିଷ ଷଢଙ୍ଗୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା ।