Onn 3

ମାହାଙ୍ଗା ବରିଷ୍ଟ ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ ମିଶ୍ରଙ୍କ ବିଭିନ୍ନ ପଞ୍ଚାୟତ ପରିକ୍ରମା

Politics State

ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀର କିପରି ପୂର୍ବ ଗରିମା ଫେରିଆସିବା ସେଥିପାଇଁ ମାହାଙ୍ଗା ବରିଷ୍ଠ ବିଜେପି ନେତା ତଥା ସଦସ୍ୟ ରାଷ୍ଟ୍ରୀୟ ବୋର୍ଡ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ପରିକ୍ରମ କରି ବନ୍ଧୁତ୍ୱପୂର୍ଣ୍ଣ ଏବଂ ଭାତୃତ୍ୱଭାବର ବାର୍ତ୍ତା ଆଦାନ ପ୍ରଦାନ କରୁଛନ୍ତି । ଏହି ପ୍ରରୀପେକ୍ଷୀରେ ଗୁରୁବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ତେନ୍ତଲପୁର ଗ୍ରାମରେ ପରିକ୍ରମା କରି ଅନେକ ପରିବାର ସଦସ୍ୟ ସହିତ ମିଶିଥିଲେ ।

ସେହି ଗ୍ରାମର ବହୁ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଲୋକମାନେ ଶ୍ରୀ ଚୌଧୁରୀଙ୍କୁ ଅବଗତ କରାଇଥିଲେ । ଶ୍ରୀ ମିଶ୍ର ସେମାନଙ୍କ ଅସୁବିଧାକୁ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣି ଏହାର ସମାଧାନ କରିବେ ବୋଲି କହିଥିଲେ । ପରେ ପରେ ଶ୍ରୀ ମିଶ୍ର ସରପଡ଼ା ପଞ୍ଚାୟତ ବୋଧଙ୍ଗ ଗ୍ରାମର ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ଧର୍ମପତ୍ନୀ କୌଶଲ୍ୟା ଦେବୀ (୯୨)ଙ୍କ ବିୟୋଗ ଖବର ପାଇ ସେଠାରେ ପହଞ୍ଚି ଶ୍ମଶାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ପୁତ୍ର ପ୍ରକାଶ ମିଶ୍ରଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ । ଶ୍ରୀ ମିଶ୍ରଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।