Onn 3

ଭାରସାମ୍ୟ ହରାଇ ଟ୍ରେନ୍ ଲାଇନକୁ ମାଡ଼ିଗଲା ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

State

ସମ୍ବଲପୁର: ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡ଼ିଗଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆଜି ଭୋର ସମୟରେ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ ନିକଟକୁ ବସ ମାଡ଼ି ଯାଇଥିବା ସୂଚନା ମିଳିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ସମସ୍ତ ଯାତ୍ରୀ ।

ସୂଚନା ଅନୁସାରେ, ‘ନଡ଼ିଆରାଣୀ’ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାତ୍ରା କରୁଥିଲା। ବସଟି ଭାରସାମ୍ୟ ହରାଇ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଥିବା ରେଲୱେ ଟ୍ରାକକୁ ମାଡ଼ି ଯାଇଥିଲା। ଟ୍ରାକକୁ ବସ ମାଡିଆସିବାରୁ ଟ୍ରେନ ଚାଳକ ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ବସରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପହଞ୍ଚି ବସରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଖବର ପାଇ ପୋଲିସ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି ଯୋଗେ ବରଗଡ଼ ଅଭିମୁଖେ ପଠାଯାଇଥିବା ଜଣାଯାଇଛି। ସେପଟେ ଟ୍ରେନ ଲାଇନରେ ବସଟି ଫସି ରହିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ କ୍ରେନ ସାହାଯ୍ୟରେ ବସକୁ ବାହାରକୁ ଅଣାଯାଇଛି। ଏହାପରେ କ୍ରେନ ମରାମତି କାମ ଚାଲିଥିବା ଜଣାଯାଇଛି ।