Fir

ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ଯୋଗୁଁ ୨ଜଣ ଗାଡି ମାଲିକଙ୍କ ବିରୋଧରେ FIR ଦାୟର

Crime State

ବାରିପଦା: ନିର୍ବାଚନ ସମୟରେ ଜନ ପ୍ରତିନିଧିତ୍ୱ ଅଧିନିୟମ ଉଲଂଘନ ଯୋଗୁଁ ୪ ଗୋଟି ଗାଡି ମାଲିକଙ୍କ ବିରୋଧରେ ଜିଲ୍ଲାପାଳ ମୟୂରଭଞ୍ଜଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁ ରେ ଏଫ ଆଇ ଆର ବା ପ୍ରଥମ ସୂଚନା ରିପୋର୍ଟ ଦାଖଲ ହୋଇଛି। ସେମାନେ ହେଉଛନ୍ତି ଚାନ୍ଦୁଆ ନିବାସୀ ପୁଷ୍ପଲତା କୁଅଁରବାବୁ ଏବଂ ଝାରପୋଖରିଆ ନିବାସୀ ଦିଲ୍ଲୀପ ପାତ୍ର। ଏହି ଦୁଇ ଜଣଙ୍କ ନାଁ ରେ, ଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ଆଞ୍ଚଳିକ ପରିବନା ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା ଏହି FIR ଦାଖଲ କରିଛନ୍ତି । ସୂଚନା ଥାଉକି, ଗତ କିଛି ଦିନ ତଳେ, ଏକକାଳୀନ ସାଧାରଣ ନିର୍ବାଚନ ପାଇଁ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଚାରୋଟି ଗାଡିକୁ ତାଙ୍କ ମାଲିକଙ୍କ ଦ୍ୱାରା ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାପାଳ ଏହି ଗାଡି ଗୁଡ଼ିକୁ ଉତ୍ତମ ଅବସ୍ଥା ଏବଂ ଚାଳକ ସହିତ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଉପଜିଲ୍ଲାପାଳ, ବାରିପଦାଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ଗାଡିର ମାଲିକ ମାନେ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଉଲଂଘନ କରି ଏହି ଗାଡ଼ିଟିକୁ ଧାର୍ଯ୍ୟ ସମୟ ଏବଂ ସ୍ଥାନରେ ଉପସ୍ଥାପନ କରିନଥିଲେ। ଯାହାଫଳରେ, ଜିଲ୍ଲାପାଳ, ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୭ ପ୍ରୟୋଗ କରି, ସେହି ଚାରିଜଣ ଗାଡି ମାଲିକଙ୍କ ବିପକ୍ଷରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯଥା ସ୍ଥାନୀୟ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।