Img 20240518 Wa0210

ବିଜେଡି ପ୍ରଚାର ରେ ଯୋଗ ଦେଲେ ସିନେମା ଜଗତର ଅଭିନେତ୍ରୀ

Politics State

ବାରିପଦା: ଆଜି ବାରିପଦାସ୍ଥିତ ପାଲବଣୀ ଗୋଲାଈ ଠାରୁ ଏକ ବିଶାଳ ଜନସମର୍ଥନ ପଟୁଆରରେ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଙ୍କ ନେତୃତ୍ୱ ତଥା ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଙ୍କ ସହଯୋଗରେ ହଜାର ହଜାର ସମର୍ଥକ ଏକ ରାଲିରେ ଯୋଗ ଦେଇଛନ୍ତି l ଏହି ରାଲି କୁ ନେଇ ବିରୋଧୀ ଙ୍କ ଛନକl ପୋସିଛି l l ପାଲବଣୀଠାରୁ ମଧୁବନ ପର୍ଯ୍ୟନ୍ତ ରୋଡ଼ ଶୋ ରେ ମୁଖ୍ୟ ଆକର୍ଷଣ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଜୀନା ସାମଲ ଯୋଗଦେଇ ଶ୍ରୀଯୁକ୍ତ ମାର୍ଣ୍ଡି ଙ୍କ ପାଇଁ ଭୋଟ ଭିକ୍ଷା କରିବା ସହିତ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଷଷ୍ଠ ଥର ପାଇଁ ଆଉଥରେ ମୁଖ୍ୟମନ୍ତ୍ରୀ ହୋଇ ଜିତାଇବା ପାଇଁ ଅନୁରୋଧ କରିଥିଲେ ଜନସାଧାରଣଙ୍କୁ l

ଉକ୍ତ ରାଲିରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ସୁଦାମ ମାର୍ଣ୍ଡି ଜିନ୍ଦାବାଦ ଓ ସାନନ୍ଦ ମାର୍ଣ୍ଡି ଜିନ୍ଦାବାଦ ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ଉପ ନଗରପାଳ ସୀମା ଦାସ,ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ ,ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ,ବାରିପଦା ବ୍ଲକ ସଂଯୋଜକ ସରୋଜ ବୋଷ,ବରିଷ୍ଠ ବିଜେଡି ନେତା ଜୋନ ମହାନ୍ତି,ଅନନ୍ତ ଦାସ,ନିରୋଜ ସାହୁ,ଜିଲ୍ଲା ଛାତ୍ର ସଭାପତି ସୁନୀଲ କୁମାର ନାୟକ, ଯୁବ ବିଜେଡି ସଭାପତି ବରୁଣ ବରଡ଼, ସମ୍ପାଦକ ରାଜୀବ ଜେନା,ଛାତ୍ର ଜୋନାଲ ସଭାପତି ଅବଦୁଲ ହବିବ, ଏମନେଶ ପପୁ,ଆଭାସ ଦେ, ଆଶ୍ରିବାଦ ଦାସ, ଜିତ ପଟ୍ଟନାୟକ, ସମେତ ବିଜେଡି ବରିଷ୍ଠ ନେତାଗଣ, ସମସ୍ତ କାଉନସିଲର ଗଣ, ଛାତ୍ର, ମହିଳା ଓ ସମର୍ଥକମାନେ ଉପସ୍ଥିତ ଥିଲେ l