Img 20240518 Wa0162

ଯୁବ ଛାତ୍ର ଜନତା ଦଳ ତରଫରୁ ବାରିପଦା ବ୍ଲକରେ ବିଜୟ ସଂକଳ୍ପ ସମାବେଶ

Crime State

ବାରିପଦା: ବାରିପଦାସ୍ଥିତ ରଘୁନାଥପୁର ଗଣେଶ ମଣ୍ଡପରେ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ହଜାର ହଜାର ଛାତ୍ର ଓ ଯୁବକଙ୍କ ଗହଣରେ ଦୁଇ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜଜିଲ୍ଲାର ସଂଗ୍ରାମୀ ନେତା ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଓ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି ଯୋଗଦେଇ ଯୁବ ଓ ଛାତ୍ର କର୍ମକର୍ତାଙ୍କୁ ଉତ୍ସାହିତ କରିବାସହିତ କିପରି ସେମାନେ ନିଜେ ଦିନେ ଯୁବକ ଥିବା ସମୟରେ ରାଜନୀତି ରେ ପାଦ ଥାପି ଆଜି ଏତେ ବାଟ ଆସି ସଫଳ ରାଜନୀତି କରି ଜନସାଧାରଣଙ୍କ ସେବା କରିପାରିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶଧାରାର ସଚୋଟ ସିପାହୀ ହୋଇ ଛିଡା ହୋଇପାରିଛନ୍ତି ବୋଲି ବକ୍ତବ୍ୟ ଦେଇଥିଲେ l ଉକ୍ତ ବିଜୟ ସଂକଳ୍ପ ସମାବେଶରେ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାନଦ ମାର୍ଣ୍ଡି ଙ୍କ ଦ୍ୱାରା ବିଜେପି ଦଳରୁ ଜିଲ୍ଲା ପରିଷଦ ରେ ଛିଡା ହୋଇଥିବା ପ୍ରାର୍ଥୀ ବିଜେପି ନେତା ଧନଞ୍ଜୟ ମହାନ୍ତ ତାଙ୍କ ଶହେରୁ ଉର୍ଦ୍ଧ ସମର୍ଥକ ଙ୍କ ସହିତ ବିଜେଡି ରେ ମିଶ୍ରଣ ହୋଇଛନ୍ତି l

ଏହି ବିଜୟ ସମାବେଶ କାର୍ଯ୍ୟକ୍ରମ ରେ ଅନ୍ୟ ମଞ୍ଚାସିନ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ ନାୟକ ,ବାରିପଦା ବ୍ଲକ ସଂଯୋଜକ ସରୋଜ ବୋଷ , ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ବାରିପଦା ବ୍ଲକ ସଭାପତି ଦିଲୀପ ପାତ୍ର, ମହିଳା ସଭାପତି ବାରିପଦା ବ୍ଲକ ଶ୍ରାବଣୀ ଦାସ, ସୁନିତା ବେହେରା, ଜିଲ୍ଲା ଛାତ୍ର ସଭାପତି ସୁନୀଲ କୁମାର ନାୟକ, ଯୁବ ବିଜେଡି ସଭାପତି ବରୁଣ ବରଡ଼,ଛାତ୍ର ଜୋନାଲ ସଭାପତି ଅବଦୁଲ ହବିବ, ଏମନେସ ପପ୍ପୁ, ଅଭାସ ଦେ, ଆଶ୍ରିବାଦ ଦାସ, ଜିତ ପଟ୍ଟନାୟକ, ସମ୍ପାଦକ ରାଜୀବ ଜେନା, ବାରିପଦା ବ୍ଲକ ଛାତ୍ର ସଭାପତି ଭୀଷ୍ମ ମହାନ୍ତ, ବାରିପଦା ବ୍ଲକ ଯୁବ ବିଜେଡି ସଭାପତି ବିଶ୍ୱନାଥ ଟୁଡୁ, ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତି ବିଜୟ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବ୍ଲକ ଛାତ୍ର ମହିଳା ଓ ଜିପି ପ୍ରେସିଡେଣ୍ଟ ମାନେ ହେଲେ କନିତା ସିଂ,ସୁନିତା ସିଂ,ଦୁର୍ଗାପ୍ରସାଦ ମହାନ୍ତ, ଡାକ୍ତର ମୁର୍ମୁ, ଜଗନ୍ନାଥ ମୁର୍ମୁ, ତପନ କୁମାର ମହାନ୍ତ, ଫାଗୁ କିସ୍କୁ, ଚନ୍ଦ୍ର ମୁର୍ମୁ, ଆକାଶ କୁମାର ମହାନ୍ତ ଓ ମନୋଜ ସି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l