Accused Lada Sinku

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା :  ୨୦୧୯ ଅଗଷ୍ଟ ୨୭ ତାରିଖରେ ମୟୁରଭଞ ଜିଲା ଘାଗରବେଡା ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ଘାଗରବେଡା ଥାନା ଅନ୍ତର୍ଗତ ନିମି ପୋଖରି(ମାଲଡିସାଇ) ଗ୍ରାମର ଟୁଡୁ ଏଲିଏସ ଲାଡା ସିନˆୁ (୨୯) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକସୋ ଆକ୍ଟ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ନାବାଳିକା ର ସମ୍ପର୍କୀୟ ଙ୍କ ପକ୍ଷରୁ ଘାଗରବେଡା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଲାଡା ସିନˆୁ ପିଡୀତା ନାବାଳିକା ର ସମ୍ପର୍କୀୟ ଅଟେ । ସିଏ ନାବାଳିକା ସହିତ ବିଗତ ତିନି ଦିନ ଧରି ଘରେ କେହି ନଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଆସୁଥିଲା । ୨୦୧୯ ଅଗଷ୍ଟ ୨୭ ତାରିଖ ସନ୍ଧ୍ୟା ୬ ଟା ସମୟରେ ନାବାଳିକା ଜଣକ କଷ୍ଟରେ ଚାଲି ଚାଲି ଆସୁଥିବାର ଦେଖି ଅଭିଯୋଗକାରୀ ତାକୁ ପଚାରିବାରୁ ସିଏ ସମସ୍ତ କଥା ପ୍ରକାଶ କରିଥିଲା । ଏ କଥା ଜାଣିବାପରେ ଅଭିଯୋଗକାରୀ ନାବାଳିକାର ପରିବାରବର୍ଗ ଙ୍କୁ ଏ କଥା ଜଣାଇଥିଲେ । ପରିବାରବର୍ଗ ଅଭିଯୁକ୍ତ ଲାଡା ସିନˆୁ ର ଘରକୁ ଯିବା ସମୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏ ବାବଦରେ ଘାଗରବେଡା ଥାନାରେ କେସ ନମ୍ବର ୨୨/୨୮-୮-୨୦୧୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ୨୯-୮- ୨୦୧୯ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୨୧ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।