Accidenta 1707130892.jpg

ବାଇକ ସହ ପିକ୍‌ଅପ୍ ଭ୍ୟାନ ଧକ୍କା, ୨ ବାଇକ୍‌ ଆରୋହୀ ମୃତ

Crime State

accidenta_1707130892

ବାଇକକୁ ପିକ୍‌ଅପ୍ ଭ୍ୟାନ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ଥିବା କପା ମିଲ ଆଗରେ ଏହି ଦୁର୍ଘଟଣା ଘଟିଛି |

ମୃତକ ଦ୍ୱୟ ହେଉଛନ୍ତି ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା ଗାଁର ପରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା। ସେମାନେ ବାଇକରେ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଭ୍ୟାନଟି ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ପରମେଶ୍ୱର ଓ କ୍ଷୀରସିନ୍ଧୁଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।