Rahul.webp.webp

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧି

State

rahul

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧି। ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ ଆଜି ରାଉରକେଲା ହାଉସରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ଏବଂ ୭ ତାରିଖରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ହେବାକୁ ଯାଉଛି । ମଙ୍ଗଳବାର ଝାଡ଼ଖଣ୍ଡ ସୀମାର ବାସଜୋରରୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ପହଞ୍ଚିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ସେଠାରେ ବିଜା ବାହାଲ, ରାମପାଲରେ ରାତ୍ରୀରହଣି ରହିଛି। ୭ ତାରିଖରେ ରାଉରକେଲା ସହରର ଆମ୍ବେଦକର ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିପାରନ୍ତି ରାହୁଲ ଗାନ୍ଧି ।

ରାଜଗାଙ୍ଗପୁରର ରାଣିବନ୍ଧ ପଡ଼ିଆରେ ଏକ ସାଧାରଣ ସଭା ଆୟୋଜନ କରାଯିବ। କୁତରା,ବଡଗାଁ ରାସ୍ତା ଦେଇ ସୁନ୍ଦରଗଡ଼କୁ ବାହାରି ଯିବେ । ଦେଶରେ ଦୁର୍ନୀତି, ଅନ୍ୟାୟ , ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତ ଯୋଡ ନ୍ୟାୟ ଯାତ୍ରର କରାଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସାରା ଓଡ଼ିଶାରେ ପଡିବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।