Aap 750x430

ବିଜେଡିକୁ ବିଜେପି କବଜା କରି ନେଇଛି : ଆମ ଆଦମୀ ପାର୍ଟି

Politics State

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି।  ବିଜେପି-ବିଜେଡି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି । ଲୋକେ କହୁଛନ୍ତି ବିଜେଡିକୁ ବିଜେପି ଦଳ କବଜା କରି ନେଇଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ  ସନ୍ଦୀପ ପାଠକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,‘‘ ଗତ ୨୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଭୋଟ ଦେଇ ଜିତାଉଛନ୍ତି ।  ହେଲେ ମୁଖ୍ୟମନ୍ତ୍ରୀ ଭୋଟ ପାଇବା ପରେ  ଅଫିସରଙ୍କ କୋଳରେ ବସି ଯାଉଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ, ପାଣ୍ଡିଆନଙ୍କୁ ନୁହେଁ ।  ଓଡ଼ିଶାରେ କ’ଣ କୌଣସି ନେତା ନାହାନ୍ତି । ଯେଉଁମାନେ  ଓଡ଼ିଶାରେ ଶାସନ କରିପାରିବେ।  ବାହାର ରାଜ୍ୟରୁ ଆସିଥିବା  ଅଫିସର ଓଡ଼ିଶା ଚଳାଉଛନ୍ତି । ଯାହାର ଓଡ଼ିଶା ପ୍ରତି ଦରଦ ନାହିଁ । ବିଜେପି ଏବେ ଏଭଳି ଅଫିସରଙ୍କୁ ଇଡି ଭୟ ଦେଖାଇ ବିଜେଡିକୁ ସରେଣ୍ଡର ପାଇଁ ବାଧ୍ୟ କରାଉଛି । ’’

ସେ ଆହୁରି କହିଛନ୍ତି,‘‘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ବହୁତ ଭଲ ପାଇବା ଦେଇଛନ୍ତି ।  ଏବେ ଅଫିସରଙ୍କ କୋଳରୁ ବାହାରି ବାହାରକୁ ଆସନ୍ତୁ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଏଏପି) ସରକାର ଭଲ କାମ କରୁଛି । ପଞ୍ଜାବରେ ବି ଭଲ କାମ କରୁଛି । ତେଣୁ ଡରନ୍ତୁ ନାହିଁ, ଲଢ଼େଇ କରନ୍ତୁ ।’’

ଅରବିନ୍ଦ କେଜ୍ରିୱାଲ ଓଡ଼ିଶା ଆସିବେ ।  ଓଡ଼ିଶାରେ ଆମ୍ ଆଦମୀ ପାର୍ଟି (ଏଏପି) ନିର୍ବାଚନ ଲଢ଼ିବ ।  ଯେଉଁ ନେତାମାନେ ଏଏପିରେ ଯୋଗ ଦେବାକୁ ଚାହିଁଛନ୍ତି, ସେମାନେ ଆସନ୍ତୁ । ମଇଳା ରାଜନୀତିରୁ ବାହାରି ଓଡ଼ିଶାକୁ ଆଗକୁ ନେଇକି ଯାଆନ୍ତୁ  ବୋଲି  ସନ୍ଦୀପ ପାଠକ କହିଛନ୍ତି ।