Onn 3

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

State

ଦେଶର ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ନିମନ୍ତେ ନିଜର ଦାୟିତ୍ୱ ସଠିକ ଭାବେ ସମ୍ପାଦନ କରିବା ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ: ମୁଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା
ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମନ୍ତ୍ରୀ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ମହାସମାରୋହରେ ପାଳନ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ, ଏହି ଜାତୀୟ ଦିବସ ପାଇଁ ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ. ସୁଶ୍ରୀ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡାଙ୍କୁ ରିଜର୍ବ ପୋଲିସ ପରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ କବିରଞ୍ଜନ ସେଠୀଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ହୋମ୍ଗାର୍ଡ, ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୩୦ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ କି, ଆମ ଦେଶର ପୂର୍ବ ସୁରୀ ତଥା ମହାମନୀଷୀ ମାନଙ୍କ ଆତ୍ମବଳିଦାନ, ନିଃସ୍ୱାର୍ଥପର ସେବା ତଥା ଯେଉଁ ମାନଙ୍କ ଉତ୍ସର୍ଗୀକୃତ ମନଭାବର ପ୍ରତିଫଳନ ସ୍ୱରୂପ ବିଶ୍ୱ ମାନଚିତ୍ର ରେ ଏକ ସାର୍ବଭୌମ, ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର ରୂପେ ଆଜି ଆମେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛୁ । ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ର ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ନିମନ୍ତେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବା ପାଇଁ ଯଦି ଆମେ ଏଇ ଜାତୀୟ ପତାକା ତଳେ ସମ୍ମିଳିତ ଭାବେ ସଂକଳ୍ପବଦ୍ଧ ହେବା, ତେବେ ତାହାହିଁ ହେବ ଆଜିର ଏଇ ପବିତ୍ର ଦିବସ ରେ ସେଇ ମହାମନୀଷୀ ମାନଙ୍କ ଅମର ଆତ୍ମା ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୟୂରଭଞ୍ଜରେ ରାଜ୍ୟ ସରକାରଙ୍କର ଉନ୍ନତିମୂଳକ ଓ ଜନହିତକର କାର୍ଯ୍ୟ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପ୍ୟାରେଡ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଦେଶାତ୍ମବୋଧକ ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ, କର୍ତବ୍ୟର ସାହାସିକତା ପ୍ରଦର୍ଶନ କରିଥିବା ଆରକ୍ଷୀ ଅଧିକାରୀ ମାନଙ୍କୁ ପୋଲିସ ମହାନିର୍ଦ୍ଦେଶକ ପ୍ରଶଂସା ସମ୍ମାନ ପ୍ରଦାନ କରା ଯାଇଥିଲା। ଏହି ପୁରସ୍କାର ପାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଉମାଶଙ୍କର ମହାରଣା, କରଞ୍ଜିଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବ୍ରତ କୁମାର, ବେତନଟୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଦର୍ଶନ ଦାଶ, ଆରକ୍ଷୀ ନିରୀକ୍ଷକ ନିରୋଜ କୁମାର ସାମଲ, ଆରକ୍ଷୀ ନିରୀକ୍ଷକ ରଂଜ ହାସିନୀ କୁଲ୍ଲୁ, ଉପ-ଆରକ୍ଷୀ ନିରୀକ୍ଷକ କମଳାକାନ୍ତ ଦାସ ଉପ-ଆରକ୍ଷୀ ନିରୀକ୍ଷକ ବିକର୍ତ୍ତନ ମଣ୍ଡଳ ପ୍ରମୁଖ ମନୋନୀତ ହୋଇ ଏହି ସମାରୋହରେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୁଇ ଶ୍ରେଷ୍ଠ କ୍ରୀଡ଼ାବିତ ସୁଶ୍ରୀ ପାର୍ବତୀ ହାଁସଦା (ଜାତୀୟ ରଗବି ଚମ୍ପିୟାନ) ଏବଂ ସୁଶ୍ରୀ ଆଂଶିକା ବରାଳ (ଜାତୀୟ ଯୋଗାଭ୍ୟାସ ଚମ୍ପିୟାନ) ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ଆଜିର ପ୍ୟାରେଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଏନସିସି ଓ ଏନଏସଏସ ବର୍ଗ ରେ ଏମ.ପି.ସି. (ସ୍ବୟଂଶାସିତ) ମହାବିଦ୍ୟାଳୟ (ବରିଷ୍ଠ) ଶ୍ରେଷ୍ଠ ଦଳ ହୋଇଥିବା ବେଳେ ସ୍କାଉଟ୍ ଏବଂ ଗାଇଡ୍ ରେ ସରସ୍ବତୀ ବିଦ୍ୟାମନ୍ଦିର, ତୁଳସୀ ଚଉରା, ରେଡ଼-କ୍ରସ ରେ ବଲାଙ୍ଗି ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଭିଲିଆନ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ପୁରସ୍କୃତ ହୋଇଥିଲେ।

ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ପ୍ରତିଯୋଗିତାରେ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରି ବିଜେତା ରୂପେ ଘୋଷିତ ହୋଇଥିଲେ। ସମ୍ମିଳିତ ପ୍ୟାରେଡ ରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମିଷ୍ଟାନ୍ନ ଦିଅ ଯାଇଥିବା ବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୟୂରଭଞ୍ଜଙ୍କ ତରଫରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ (ପି.ଆର.ଏମ.) ମେଡିକାଲ କଲେଜ ଓ ହସ୍ପିଟାଲର ଅନ୍ତେବାସୀ ରୋଗୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ବାରିପଦା ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୟୂରଭଞ୍ଜ ଙ୍କ ତରଫରୁ ଭିନ୍ନକ୍ଷମ ସ୍ଵତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀ ଓ ଇନର ହୁଇଲ କ୍ଲବ, ବାରିପଦାଙ୍କ ତରଫରୁ ଉତ୍କଳ ବଳାଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ-ବିସ୍କୁଟ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।ପ୍ରତିଶ୍ରୁତି ପ୍ରତିଷ୍ଠାନ, ବାରିପଦାଙ୍କ ତରଫରୁ ଅପରାହ୍ନ ୨:୦୦ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବହୁଭାଷୀ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ମୟୂରଭଞ୍ଜ, ବାରିପଦା, ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୂରଭଞ୍ଜ ଓ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ, ବାରିପଦା ଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା। ଇତ୍ୟବସରରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ , ଶିକ୍ଷାନବୀଶ, ଶ୍ରୀ ଅକ୍ଷୟ ପିଲ୍ଲାଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବ୍ୟକ୍ତିଗତ ସଚ୍ଚିବ, ଶ୍ରୀ ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ଦେବାଶିଷ ମହାପାତ୍ର, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ଶୁଭରଂଞ୍ଜନ ନାୟକ ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଜିଲ୍ଲାପାଳ ଏକାଦଶ ବନାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ମଧ୍ୟରେ ବାରିପଦା ଷ୍ଟାଡିଅମ ଠାରେ ଆୟୋଜନ କରା ଯାଇଥିଲା ଯେଉଁଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ। ଜାତୀୟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସନ୍ଧ୍ୟା ୬:୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୁରସ୍କାର ବିତରଣୀ ସମାରୋହ ଆୟୋଜନ କରାଯାଇଥିଲା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସଂସ୍କୃତି ଗବେଷକ ଶ୍ରୀ ଭାଗବତ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପୁରସ୍କୃତ କରିଥିଲେ। ଏହି ସମ୍ପୂର୍ଣ୍ଣ ଦିବସର କାର୍ଯ୍ୟକ୍ରମ ମାନଙ୍କୁ ପରିଚାଳନା, ସଂରଚନା ଓ ସଂଯୋଜନା ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ନିର୍ବାହ ଓ କାର୍ଯ୍ୟକାରୀ କରିଥିଲେ।