Onn 3

୧ ନଂ ୱାର୍ଡର ମହିଳା ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ

State

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ୧ ନଂ ୱାର୍ଡର କାଉନସିଲର ସୁକେଶିନୀ ସେଠିଙ୍କ ନେତୃତ୍ୱରେ ମହିଳା ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ପ୍ରଥମ ଥର ପାଇଁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିବାରୁ ପ୍ରତିଯୋଗୀମାନେ ବେଶ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ I ଶଙ୍ଖଫୁଙ୍କାରେ ପୁଷ୍ପଲତା ଭୋଳ ୧ମ ଓ ସୁକାନ୍ତି ସାମଲ ୨ୟ, ଝୋଟିରେ ନିବେଦିତା ବେହେରା ୧ମ ଓ ସୁଇଟି ପ୍ରଧାନ ୨ୟ, ମ୍ୟୁଜିକ ଚେୟାରରେ ଲତାରାଣୀ ବେହେରା ୧ମ ଓ ରଂଜିତା ଦେଓ ୨ୟ, ଆଲି ଚାମଚରେ ଅମ୍ବାଳିକା ସେଠି ୧ମ ଓ ଅନିତା ବାଡ଼ି ୨ୟ, ବକ୍ତୃତାରେ ମିନତୀ ବାରିକ ୧ମ ଓ ସୁଲୋଚନା ଗିରି ୨ୟ, ପିଠା ପ୍ରସ୍ତୁତିରେ ରୀନା ଗିରି ୧ମ ଓ ସଞ୍ଚିତା ମହାକୁଡ଼ ୨ୟ, ହାଣ୍ଡିଭଙ୍ଗାରେ ଲକ୍ଷ୍ମୀପ୍ରିୟା ରାଉତ ୧ମ ଓ ସୁଜାତା ବେହେରା ୨ୟ, ଚା କପ ରେ ପ୍ରତିମା ପାତ୍ର ୧ମ ଓ ଦମୟନ୍ତୀ ସେଠି ୨ୟ, ଦୌଡରେ ପ୍ରିୟଲତା ମହାନ୍ତ ୧ମ ଓ ରଂଜିତା ଦେଓ ୨ୟ, ଗୀତରେ ସୁଇଟି ପ୍ରଧାନ ୧ମ ଓ ନିର୍ଝରଣୀ ପାତ୍ର ୨ୟ ସ୍ଥାନ ଅଧିକାର କରିଥିଲେ I ଏହି ଅବସରରେ ବିଭିନ୍ନ ଖେଳକୁଦରେ ଅଂଶଗ୍ରହଣ କରିଥିବା ଦୁଇ ବୟୋଜ୍ୟେଷ୍ଠ ମହିଳା ସଂଯୁକ୍ତା ବେହେରା ଓ ବାସନ୍ତୀ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ତତସହିତ ସମସ୍ତ ବିଭାଗର ୫ ଜଣ ସମେତ ମୋଟ ୬୦ ଜଣଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା I

ଗତକାଲି ସନ୍ଧ୍ୟାରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ୧ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ୧ ନଂ କାଉନସିଲରଙ୍କ ଭୂଇୟସୀ ପ୍ରଶଂସା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନନୀୟା ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ମାନ୍ୟବର ମନ୍ତ୍ରୀଙ୍କ ସହଧର୍ମିଣୀ ରଞ୍ଜିତା ମାରାଣ୍ଡି, ନଗରପାଳଙ୍କ ସହଧର୍ମିଣୀ ଇତିନା ମହାନ୍ତି ତଥା ୧୫, ୧୬ ଓ ୧୮ ନଂ କାଉନସିଲର ନିରୁପମା ମହାନ୍ତି, ଦିପ୍ତୀରେଖା ପଟ୍ଟନାୟକ ଓ ସବିତା ପାଲ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ସୋମନାଥ ସିଂହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I କୁନିକୁନି ପିଲାମାନଙ୍କର ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ହୋଇଥିଲା I ୩ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତ୍ସ୍ନା ବେହେରା, ପ୍ରତିଭା ସାମଲ, ସିମି ବେହେରା, ଦୁର୍ଗାମଣୀ ଆଚାର୍ଯ୍ୟ, ଦେବସ୍ମିତା ମିଶ୍ର, ଭଗବତୀ ଭୂୟାଁ, ସଂଯୁକ୍ତା ଭୁଜବଳ, ସତ୍ୟଭାମା ପ୍ରଧାନ, ସୁଲୋଚନା ଗିରି, ସୋନାଲି ମିଶ୍ର, ରୀନା ଦାସ, ସୁପ୍ରଭା ନାୟକ, ସୋମବାରୀ ମୁର୍ମୁ, ଦୀପକ ମିଶ୍ର, ପ୍ରକାଶ ବେହେରା, ବାବୁ ମହାପାତ୍ର, ଲୁଟୁ ମହାପାତ୍ର, ସୋନ ବାରିକ, ସୁନୀଲ ନାୟକ, ସାରଥୀ ମହାନ୍ତ, ଓ ଅମର କୁମାର ସେଠି ସହାୟତା ପ୍ରଦାନ କରିଥିଲେ I