Onn 3

ସାଧାରଣତନ୍ତ୍ର ଦିବସ ଅବସରରେ ଭଲିବଲ ମ୍ୟାଚ ଅନୁଷ୍ଠିତ

State

ବାରିପଦା : ସ୍ଥାନୀୟ ପୋଲିସ ପେରେଡ ପଡିଆରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମା କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ତଥା ଆର ଆଇ, ପୋଲିସ କବି ରଞ୍ଜନ ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୬ ଟି ଦଳ ଅଂଶ ଗ୍ରହଣ କରିଥିଲେ I ଫାଇନାଲ ମ୍ୟାଚରେ ପୋଲିସ ଟିମ ମା କିଚକେଶ୍ବରୀ ଟିମକୁ ୩-୨ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ହରିହର ମଲ୍ଲିକ, ଦୀପକ କୁମାର ବେହେରା, ଜଗତଜୀବନ ସେଠି, ନଳିନୀ ସେନାପତି ଖେଳ ପରିଚାଳନା କରିଥିଲେ I ଅନିଲ କୁମାର ଗିରି ଓ ରାଜେନ୍ଦ୍ର ନାଥ ନାଏକ ସ୍କୋରିଙ୍ଗରେ ସହାୟତା କରିଥିଲେ I ଶ୍ରେଷ୍ଠ ଖେଳାଳୀ ଭାବେ ଅନିଲ କୁମାର ଧଳ, ଦେବାଶିଷ ସେଠି ଓ ସତ୍ୟଜିତ ବାରିକ ପୁରସ୍କୃତ ହୋଇଥିଲେ I

ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମ୍ବିକା ରାଉତ, ପାର୍ଥ ସାରଥୀ ସ୍ୱାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ସାର୍ଜନ ବିଜୟ କୁମାର ସାହୁ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ପୁରସ୍କାର ବିତରଣ କରିଥିଲେ I ସୋମନାଥ ସିଂହ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୋଲିସ ସଙ୍ଘ ସମ୍ପାଦକ ସ୍ୱରାଜ କୁମାର ରାଜ, କୈଳାଶ ବେହେରା, ପତି ମହାନ୍ତ, ନାରାୟଣ ପୋଦାର, ଭାନୁପ୍ରତାପ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ କୁନିକୁନି ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା I