Onn 3

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଦୁଇ ପିସିସି ସଭ୍ୟ

Politics State

ନିଶ୍ଚିନ୍ତକୋଇଲି : ଜାତୀୟ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁର ରାଜ୍ୟରେ ଚାଲିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଦୁଇ ପିସିସି ସଭ୍ୟ ଯୋଗ ଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ମାହାଙ୍ଗା ବିଧାନସଭା କ୍ଷେତ୍ରର କଂଗ୍ରେସ ନେତା ତଥା ପିସିସି ସଭ୍ୟ ପ୍ରଦିପ୍ତ କୁମାର ଦାସ ,ରାଜ୍ୟ ନିର୍ବାଚନ କମିଟିର ଉପସଭାପତି ତଥା ବଡ଼ଚଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଏଥ୍‌ôରେ ଯୋଗ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନ୍ୟାୟ, ଅଧର୍ମ ,ହିଂସାତ୍ମକ କାର୍ଯ୍ୟ ଓ ଜନଶୋଷଣ ନୀତି ବିରୁଦ୍ଧରେ ଅନୁଷ୍ଠିତ ହୋଇଥିବା ଏହି ଭାରତଯୋଡ଼ ନ୍ୟାୟ ଯାତ୍ରା ହେଉଥିବାବେଳେ ଓଡ଼ିଶାରୁ ଦୁଇ କଂଗ୍ରେସ ନେତା ଏଥ୍‌ôରେ ଯୋଗ ଦେଇ ଏ ସଂକ୍ରାନ୍ତରେ ପ୍ରତ୍ୟେକ୍ଷ ଅନୁଭୂତି ପାଇଛନ୍ତି ।