Onn 3

ମକର ଚୌରାଶୀ ବେଶରେ ଦର୍ଶନ ଦେଲେ ଦଧିବାମନ ଜୀଉ

State

ନିଶ୍ଚିନ୍ତକୋଇଲି : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଅସୁରେଶ୍ୱରର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯାଇଛି । ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କର ମଙ୍ଗଳ ଆଳତୀ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ସମାପନ ହୋଇଥିଲା । ମଧ୍ୟାହ୍ନରେ ପ୍ରଭୁ ଶ୍ରୀ ଜୀଉଙ୍କୁ ମକର ଚୌରାଶୀ ବେଶରେ ବିମଣ୍ଡିତ କରାଯିବା ପରେ ଭକ୍ତମାନେ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଶ୍ରୀଜୀଉଙ୍କର ବେଢା ପରିକ୍ରମା କାର୍ଯ୍ୟକ୍ରମ କରାଯାଇଥିଲା ।

ମନ୍ଦିରା ପରିଚ୍ଛା ସେବକ, ନିଯୋଗୀ ସେବକ ଓ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ ଅଞ୍ଚଳରୁ ବହୁ ଭକ୍ତ ଉକ୍ତ ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଭୁଙ୍କ ବିଭୁ କୃପା ଲାଭ କରି ମକର ଚାଉଳ ପ୍ରସାଦ ସେବନ କରିଥିଲେ ।