Onn 3

କଟରପଡ଼ା ସ୍କୁଲ ସମୂହର ବାର୍ଷିକ କ୍ରୀଡ଼ା

State

ନିଶ୍ଚିନ୍ତକୋଇଲି :କଟରପଡ଼ା ପଞ୍ଚାୟତ ସ୍ଥିତ କ୍ଷେତ୍ରମୋହନ ବିଦ୍ୟାପୀଠ ଓ କଟରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ସମିତିସଭ୍ୟା ସ୍ୱାଗତିକା ନାୟକ ଏହାକୁ ଉଦଘାଟନ କରିଥିବାବେଳେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୁରସ୍କାର ବିଜେତା ଅବସରପ୍ରାପ୍ତ ଶିକ୍ଷକ ସାହିତ୍ୟିକ ବିଷ୍ଣୁଚରଣ ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରାକେଶ କୁମାର ସାମଲ,ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇ କୃତୀ ପ୍ରତୀଯୋଗିଙ୍କୁ ପୁରସ୍କାର ବିତରଣ କରିଥିଲେ ।

ଏନସିସି ଅଫିସର ମହେନ୍ଦ୍ର କୁମାର ଘଡ଼େଇ ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ବଳରାମ ପରିଡ଼ାଙ୍କ ନେତୃତ୍ୱରେ ଜଗଦିଶ କର,ମନୋଜ କୁମାର ରଥ, ମମତା ପ୍ରିୟଦର୍ଶିନୀ ଲେଙ୍କା, ଝରାଶ୍ରୀ ଭଦ୍ର, ଅରୁନ୍ଧତୀ ଦାସ, ଲକ୍ଷ୍ମୀପ୍ରିୟା ନାୟକ, ପ୍ରିୟବ୍ରତ ସାମଲ, ପ୍ରଶାନ୍ତ କୁମାର ସାହୁ , ଶରତ କୁମାର ପରିଡ଼ା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।