Onn 3

ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ

State

ଭଦ୍ରକ : ଧାମନଗରରେ ସବୁ ସ୍କୁଲ ଛୁଟି । ବନ୍ୟା ପାଣି ସବୁ ସ୍କୁଲରେ ପଶିଥିବାରୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ଅନ୍ୟ ବ୍ଲକ ଗୁଡିକରେ ବନ୍ୟା ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ବ୍ଲକ ଶିକ୍ଷଧିକାରୀ । ସ୍ଥିତି ଭଲ ନଥିଲେ ସ୍କୁଲ ବନ୍ଦ କରିପାରିବେ । ଏନେଇ ଭାରପ୍ରାପ୍ତ ଶିକ୍ଷଧିକାରୀ ଦୀପକ ପାଢ଼ୀ ସୂଚନା ଦେଇଛନ୍ତି ।

ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବର୍ତ୍ତମାନ ଏହା ୧୭.୪୩ରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ନଦୀର ଜଳସ୍ତର କମିଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ବିତ୍ପାତ ବଢିଛି । ଧାମନଗର ବ୍ଳକର ୮ଟି ପଞ୍ଚାୟତ, ତିହିଡି ବ୍ଳକର ୬ଟି ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୬ଟି ପଞ୍ଚାୟତର ଲୋକ ସମ୍ପୂର୍ଣ୍ଣ ବନ୍ୟା ଘେରରେ ଅଛନ୍ତି ।