Onn 3

ନବ ସରସ୍ୱତୀ ସ୍ମୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ସୁରକପଡ଼ାର ନବ ସରସ୍ୱତୀ ସ୍ମୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ସଭାପତି ଉତ୍କଳ ଜ୍ୟୋତି ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର କୋଷାଗାର ପରିଦର୍ଶନ ଓ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ବେହେରା, ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶାରଦାପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଭାବଗ୍ରାହୀ ରାଉତ, ସାହିତ୍ୟ ସ୍ୱରର ସମ୍ପାଦକ ଜୟରାମ ସାହୁ ,କବି ସୁରଥ କୁମାର ରାଉତ,ତନ୍ମୟକିଶୋର ଦାସ, ସ୍ମୃତିରଂଜନ ଶତପଥୀ,କୃଷ୍ଣଚନ୍ଦ୍ର ନାୟକ,ଶିକ୍ଷାବିତ୍ ପ୍ରସନ୍ନ କୁମାର ଦାସ, ପରିବେଶବିତ୍ ପ୍ରମୋଦ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଉପସଭାପତି ଦେବପ୍ରସାଦ କର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସମ୍ପାଦକ ଯୁବକବି କ୍ଷୀରୋଦ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପି.ପି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱାଧୀନାନନ୍ଦ ପରିଡ଼ା, ପ୍ରାକ୍ତନ ପ୍ରଧାନଶିକ୍ଷକ ବଳରାମ ପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ଶତପଥୀଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦେଷ୍ଟା କବି ସଚ୍ଚିଦାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।