Onn 3

ସାରସ୍ୱତ ସାଧକ କ୍ଷୀରୋଦ ଚନ୍ଦ୍ର ପୋଥାଳ ଙ୍କ ସ୍ମୃତି ଦିବସ

State

ନିଶ୍ଚିନ୍ତକୋଇଲି : ବିଶିଷ୍ଟ ସାରସ୍ୱତ ସାଧକ,ଗୀତିକାର ତଥା ଯଶ୍ୱସୀ ଶିଶୁ କବି କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଦ୍ୱାଦଶ ବାର୍ଷିକ ସ୍ମୃତି ଦିବସ ବଡ଼କ୍ଷୀର ପଞ୍ଚାୟତ ସ୍ଥିତ ଗୋପପୁର କଳ୍ପବଟ ବାସଭବନରେ ପାଳିତ ହୋଇଛି । ସ୍ମୃତି ସଂସଦର ସଭାପତି ଦେବେନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲବ୍ଧ ପ୍ରତିଷ୍ଠିତ ତବଲା ଗୁରୁ ଗୋପିନାଥ ବେହେରା ଯୋଗ ଦେଇ ସ୍ୱର୍ଗତ ପୋଥାଳଙ୍କ କାଳଜୟୀ ସ୍ରଷ୍ଟା ‘କୋଠ ଭୋଗ ଖିଆ ମୋ ଚକା ଆଖିଆ’ ଏବେ ସୁଦ୍ଧା ଜନମାନସର ଲୋକପ୍ରିୟ ଭଜନ ଭାବେ ବିଦିତ ହୋଇଅଛି । ସଂସଦର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଡ଼ଃ.ପ୍ରସନ୍ନ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ସ୍ତମ୍ଭକାରି ବିବେକାନନ୍ଦ ଦାସ,ପଞ୍ଚାୟତ ମିଶନ ଶକ୍ତି ସଭାନେତ୍ରୀ ଅମ୍ରିତା ସିଂ, ଦେବରୂପା କର,ଶିକ୍ଷାବିତ ଜୟଦେବ ସାହୁ, କଣ୍ଠଶିଳ୍ପୀ ସୁଧିର କୁମାର କର, ପ୍ରକୃତିବନ୍ଧୁ ନିରଞ୍ଜନ ସାହୁ,ବ୍ରହ୍ମାନନ୍ଦ ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପୋଥାଳଙ୍କର ଓଡ଼ିଆ ଭାଷା ସାହିତ୍ୟର ସେବା ଓ ମାନବ୍ୟ ସେବା ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ଶେଷରେ କବି ଗୀତାଞ୍ଜଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।