Onn 3

ଆଗରପଡ଼ା ଯୁବ ମହୋତ୍ସବ ୩ୟ ସନ୍ଧ୍ୟା, ଦଶମ ଚଳଚିତ୍ର ନାୟକ ଓ ନାୟିକା ମୂଖ୍ୟ ଆକର୍ଷକ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାସ୍କି ଠାରେ ୨ୟ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବର ୩ୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ କମିଟି ସଭାପତି ଇଂ ଅମିୟ ରଂଜନ ରାମଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟାକାର ତଥା ବିଜେପି ନେତା ଡ଼.ସୁଧାଂଶୁ ଶେଖର ନାୟକ ଯୋଗଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶଅଧିକାରୀ ଓ କମିଟିର ଉପଦେଷ୍ଟା ରାଜୀବଲୋଚନ ରାୟ ପ୍ରମୁଖ ଯୋଗ ଦେଇଥିଲେ । କମିଟି ଉପ ସଭାପତି ଅମୁଲ୍ୟରତ୍ନ ନନ୍ଦ ଅତିଥି ପରିଚୟ ଓ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ‘ଦଶମ’ ଚଳଜିତ୍ରର ନାୟକ ଶୈଳେନ୍ଦ୍ର ଓ ନାୟିକା ନୀଳାକ୍ଷୀ ୩ୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ସେମାନଙ୍କ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।