Onn 3

ରେଲୱେ ବ୍ରିଜ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Crime State

ଟିଟିଲାଗଡ଼ : ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି।

ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ମିଳିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ତେବେ ରେଲୱେ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।