Onn 3

ବାହାନଗା ଟ୍ରେନ ଦୁର୍ଘଟଣା: ଏସ୍‌ସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତକଙ୍କ ସଂଖା ୨୯୧କୁ ବୃଦ୍ଧି

State

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ । ତାଙ୍କ ବୟସ ୩୭ ବର୍ଷ ।

ଟ୍ରମା ICUରେ ଚିକିତ୍ସା ଚାଲିଥିଲା । ମୃତକଙ୍କ କିଡ଼ିନି ସମସ୍ୟା ରହିଥିଲା । ଏସସିବି ମେଡ଼ିକାଲର କୁଳ ସଚିବ ଡକ୍ଟର ଅଭିନାଶ ରାଉତ ଏହି ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଏସସିବିକୁ ଆସିଥିବା ଆହତଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।