Onn 3

ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତ ହେବେ ପରିଚିତ, ଶ୍ରୀମନ୍ଦିର ଦର୍ଶନ ପାଇଁ ହୋଇଛି ଅନେକ ପରିବର୍ତ୍ତନ

State

Puri_1703256631

ପୁରୀ: ଇଂରାଜୀ ନୂଆବର୍ଷ-୨୦୨୪ ପାଇଁ ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଦେଖାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଉଛି। ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତମାନେ ପରିଚିତ ହେବେ। ନୂଆବର୍ଷରେ ନୂଆ ଅନୁଭୂତି ପାଇବେ। ଦର୍ଶନ ବ୍ୟବସ୍ଥାରେ ଏସି ଟନେଲ ଯୋଡିହେବ। ବଡଦାଣ୍ଡରେ ଭକ୍ତ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ବିଶ୍ରାମ ନେବେ। ଆଉ ଶ୍ରୀଦାଣ୍ଡର ଭକ୍ତଙ୍କ ବିଶ୍ରାମ ପାଇଁ ନିର୍ମାଣ ହେଉଛି ଏସି ଜର୍ମାନ ହ୍ୟାଙ୍ଗର। ଭକ୍ତମାନେ ୧୦ଟି ଧାଡି ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ଏଭଳି ବ୍ୟବସ୍ଥା ଭକ୍ତମାନଙ୍କ ପାଇଁ ବେଶ୍ ଉପାଦେୟ ହେବା ସହ ସୁରକ୍ଷା ଦୃଷ୍ଟି କୋଣରୁ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ୨୦୨୪ ଜାନୁଆରି ୧ ତାରିଖ ଠାରୁ ଭକ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଯିବ। ଜନଗହଳି ନିୟନ୍ତ୍ରଣ ସହ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀଦାଣ୍ଡ ଓ ବଡଦାଣ୍ଡର ଭକ୍ତଙ୍କ ଲାଗି ପୃଥକ ବ୍ୟବସ୍ଥା ହୋଇଛି। ବାଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ। ତାପରେ ସାନଛତା ମଠ ପଟେ ୬ଟି ଧାଡ଼ିରେ ମନ୍ଦିରକୁ ଯିବେ। ସେହିଭଳି ଶ୍ରୀଦାଣ୍ଡର ଭକ୍ତମାନେ ସାନଛତା ମଠ ନିକଟରେ ପହଞ୍ଚିବା ପରେ ଏସି ଜର୍ମାନ ହ୍ୟାଙ୍ଗରରେ ବିଶ୍ରାମ ନେବେ। ସେଠାରୁ ଚାରୋଟି ଧାଡ଼ିରେ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉଛି। ତେବେ ଏଥର ଭକ୍ତ ଏସି ଟନେଲ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ହେଉଥିବା ଏସି ଜର୍ମାନ ହ୍ୟାଙ୍ଗର ସିଷ୍ଟମର ମଧ୍ୟ ସୁବିଧା ପାଇପାରିବେ।