Onn 3

ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

Crime State

 

ola-750x430-1

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଅପହରଣ ହୋଇଥିବା ଡ୍ରାଇଭରଙ୍କ ନାମ ଶଙ୍କର୍ଷଣ ଦାସ ଗତକାଲି ଭୁବନେଶ୍ଵର ପାତ୍ରପଡା ଅଞ୍ଚଳରେ ରାତି ୮ଟା ସମୟରେ ଓଲା ଡ୍ରାଇଭର ଶଙ୍କର୍ଷଣଙ୍କୁ ନିଜ ଘର ଆଗରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ । ସ୍ଵାମୀଙ୍କୁ ନେଇ ଚାଲିଯାଉଥିବା ବେଳେ ସ୍ତ୍ରୀ ଦେଖି ଦୌଡି ଗଲାବେଳକୁ ସ୍ଵାମୀକୁ ନେଇ ଅନେକ ଦୁରକୁ ଚାଲିଯାଇଥିଲେ ଦୁର୍ବୃତ୍ତ । ଭିଡିଓ କଲ ଜରିଆରେ ସ୍ୱାମୀକୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଛନ୍ତି ଅପହରଣକାରୀ । ସ୍ତ୍ରୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗୁଛନ୍ତି ଅପହରଣକାରୀ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।