Onn 3

ଓଡିଶା ପରିବାର ନିର୍ଦେଶାଳୟ ସହଯୋଗରେ ଚେନ୍ନାଇରୁ ଆସିଲା ମରଶରୀର

State

ବାରିପଦା: ଗତ ସେପ୍ଟେମ୍ବର 5 ତାରିଖରେ ଚେନ୍ନାଇଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ସରାଇ ମୁର୍ମୁଙ୍କ ମରଶରୀର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡିଶା ପରିବାର ନିର୍ଦେଶାଳୟ ସହଯୋଗରେ ଚେନ୍ନାଇରୁ ରେଳଯୋଗେ ଆସି ବାଲେଶ୍ୱର ରେଳ ଷ୍ଟେସନରେ ଶୁକ୍ରବାର ସନ୍ଧ୍ୟାରେ ପହଂଚିବା ପରେ ମରଶରୀର କୁ ତାଙ୍କ ପୈତୃକ ଗ୍ରାମକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା |

ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ୱର ଓ ମୟୁରଭଞ୍ଜ ର ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସହଯୋଗ ରେ ବାଲେଶ୍ୱର ଷ୍ଟେସନରେ ମରଶରୀର କୁ ଗ୍ରହଣ କରାଯିବା ପରେ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ କୁଳିଅଣା ତହସିଲଦାର ଶ୍ରୀ ଉମେଶ କୁମାର ଓଝା ଙ୍କ ତତ୍ୱାବଧାନ ରେ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ସରାଇ ମୁର୍ମୁ ଙ୍କ ମରଶରୀରର ଅନ୍ତିମ ସଂସ୍କାର ପାଇଁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା |