Onn 3

ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଅନୁଷ୍ଠିତ ହେଲା ମିନି ମାରାଥନ “ଆଦିରନ 2023”

State

ବାରିପଦା : ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନୁକଲ୍ୟରେ ଆଜି ମିନି ମାରାଥନ “ଆଦିରନ – 2023” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |  ଉକ୍ତ ମାରାଥନ ରେ 15 ବର୍ଷ ବୟସ ରୁ 45 ବର୍ଷ ବୟସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗ ର ବ୍ୟକ୍ତି ବିଶେଷ ହଜାର ହଜାର ସଂଖ୍ୟା ରେ ଅଂଶ ଗ୍ରହଣ କରିଥିଲେ | ଉକ୍ତ ମାରାଥନକୁ ପ୍ରାତଃ 07-00 ଘଟିକା ସମୟ ରେ ସ୍ଥାନୀୟ ଛଉ ପଡିଆ ଠାରେ ନିମନ୍ତ୍ରିତ ଅତିଥି ମାନେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ | ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଡ଼. ଦେବଶିଷ ମାର୍ଣ୍ଡି ଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବ ରେ ଓଡିଶାର ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ , ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ବିଖ୍ୟାତ କ୍ରୀଡାବିତ ତଥା ହକି ଇଣ୍ଡିଆ ର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ରାଜ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ଓଡିଶା ବିଧାନସଭା ର ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବି ଗଙ୍ଗାଧର, ବାରିପଦା ପି ଏ ଆଇ ଟି ଡି ଏ ଶ୍ରୀ ରାମ ଚନ୍ଦ୍ର ସୋରେନ,ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଦେବlଶିଷ ମହାନ୍ତି, ଉପନଗରପାଳିକା ଶ୍ରୀମତୀ ସୀମା ଦାସ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷl ଶ୍ରୀମତୀ କମଳା ତିରିଆ, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରମନିୟମ ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡ ର ଏକ୍ସପେର୍ଟ ସଦସ୍ୟ ଶ୍ରୀ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ଶ୍ରୀ ଭାଦବ ହାଁସଦା, ଶ୍ରୀ ଗଣେଶ୍ୱର ପାତ୍ର ପ୍ରମୁଖଙ୍କ ସମେତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଓ ଅନ୍ୟାନ୍ୟ ବିଭିନ୍ନ ପଦାଧିକାରୀ ଏବଂ ବହୁ ମlନଗଣ୍ୟ ବ୍ୟକ୍ତି ଯୋଗ ଦେଇ ଅଂଶ ଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ|

mini marathon (2)

ଉକ୍ତ ମାରାଥନ ରେ ଉଭୟ ପୁରୁଷ ଓ ମହିଳା ବର୍ଗ ର ପାଖାପାଖି 3000 ପ୍ରତିଯୋଗୀ ଛଉ ପଡିଆ ଠାରୁ ଆରମ୍ଭ ହୋଇ ବେଲଗଡ଼ିଆ, ଅମ୍ବିକା ମନ୍ଦିର, ଜଗନ୍ନାଥ ମନ୍ଦିର, ବାଲେଶ୍ୱର ଗୋଲେଇ, ପାଲବାଣୀ, ତକତପୁର ଛକ, ଦାରୋଗାଡାହୀ ଛକ, ମୁର୍ଗlବାଡି ଛକ, ଭଂଜପୁର ଛକ ହୋଇ 10 କିଲୋମିଟର ପଥ ଅତିକ୍ରମ କରି ପୁନର୍ବାର ଛଉ ପଡିଆ ଠାରେ ପହଂଚି ଥିଲେ |  ଉକ୍ତ ମାରାଥନ ରେ 20 ଜଣ ପୁରୁଷ ଓ 20 ଜଣ ମହିଳା ବର୍ଗ ର ବିଜେତା ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ ପ୍ରଥମ ପୁରସ୍କାର ସ୍ୱରୂପ ଇଲେକ୍ଟ୍ରି ସ୍କୁଟି, ଦ୍ଵିତୀୟ ପୁରସ୍କାର ବ୍ୟାଟେରୀ ସାଇକେଲ, ତୃତୀୟ ପୁରସ୍କାର ଗିୟର ସାଇକେଲ, ଚତୁର୍ଥ ପୁରସ୍କାର 3 ଟି ଲେଖାଏଁ ସାଇକେଲ ଓ ଅନ୍ୟାନ୍ୟ ବିଜେତା ମାନଙ୍କୁ ପୁରସ୍କାର ଭାବେ କିଟ ପ୍ରଦାନ କରି ପୁରସ୍କୃତ କରିଥିଲେ | ଜିଲ୍ଲା ପୋଲିସ ବିଭାଗ,ସ୍ୱାସ୍ଥ୍ୟ ବିଭାଗ , ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହଯୋଗ ତଥା ସର୍ବପରି ବିପୁଳ ଜନ ସମର୍ଥନରେ ଆଜିର ଏଇ ମିନି ମାରାଥନ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ଅଧ୍ୟକ୍ଷ ଡ଼. ଦେବାଶିଷ ମାର୍ଣ୍ଡି ପ୍ରକାଶ କରିବା ସହିତ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି | ପ୍ରକାଶ ଥାଉକି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠିତ ହୋଇଥିବା 23 ଟି ଜିଲ୍ଲା ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ରେ ଏହି ମିନି ମାରାଥନ କାର୍ଯ୍ୟକ୍ରମ ପ୍ରଥମେ ଅନୁଷ୍ଠିତ ହୋଇଛି |