Onn 3

କ୍ୟାଣ୍ଟନମେଣ୍ଟ ଥାନା ଭିତରୁ ଅଭିଯୁକ୍ତ ଫେରାର୍

Crime State

କଟକ : ଥାନା ଭିତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ କ୍ୟାଂଟନମେଂଟ ଥାନାରୁ ଫେରାର୍ ମାରିଲା ଚୋରୀ ଘଟଣାର ଅଭିଯୁକ୍ତ ବବଲୁ ବେହେରା । ମୋବାଇଲ ଚୋରି ଅଭିଯୋଗରେ ବବୁଲକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ । ଥାନା ଭିତରେ ପୋଲିସ ସାମ୍ନାରେ ଅଭିଯୁକ୍ତ ଫେରାର ହେବା ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ ଥାନା ନିକଟରେ ଥିବା ମହାନଦୀକୁ ଡେଇଁ ଚମ୍ପଟ ମାରିଛି ଅଭିଯୁକ୍ତ । ତେବେ ପୋଲିସ ଉପସ୍ଥିତିରୁ କେମିତି ଅଭିଯୁକ୍ତ ଫେରାର ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାଦଭିନ ଆରମ୍ଭ କରିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ଦାୟୀତ୍ୱରେ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି କହିଛନ୍ତି ।