Onn 3

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ

State

ଉଦଳା: ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜାମୁଘାଟରେ ଥିବା ପୁରୁଣା ପୋଲ ଭାଙ୍ଗି ଯାଇଥିବାରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା ।

ହେଲେ ଦେଓ ନଦୀରେ ବନ୍ୟା ଆସି ଅସ୍ଥାୟୀ ପୋଲଟି ଧୋଇଯାଇଛି । ଯାହା ଫଳରେ ପୂର୍ବରୁ ଭାଙ୍ଗି ଯାଇଥିବା ପୋଲ ଉପରେ ଲୋକେ ଯାତାୟାତ କରୁଛନ୍ତି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି |