Onn 3

ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ; ଶିଶୁ ହସିଲେ ଦୁନିଆ ହସେ

State

ନିଶ୍ଚିନ୍ତକୋଇଲି : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ନିଶ୍ଚିନ୍ତକୋଇଲି ବ୍ଲକ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଶିଶୁ ପ୍ରତିଭାର ଉନ୍ମେଷ ଓ ବିକାଶ ପାଇଁ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଓରତି ପଞ୍ଚାୟତ ସ୍ଥିତ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଓଷ୍ଟାର ବ୍ଲକ ସଭାପତି ରବୀନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ସ୍ଥାନୀୟ ସରପଞ୍ଚ ସରୋଜିନୀ ବେହେରା ଏହାକୁ ଉଦଘାଟନ କରିଥିଲା ବେଳେ ଏଥିରେ ଅତିଥି ଭାବେ ଓଷ୍ଟାର ପୂର୍ବତନ ଜିଲ୍ଲା ସମ୍ପାଦକ ନିରଞ୍ଜନ ଭୂୟାଁ, ପ୍ରାକ୍ତନ ବ୍ଲକ ସଭାପତି ସୁଧିର ଚନ୍ଦ୍ର ଷଢଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କ୍ଷୀରୋଦ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୩୦ଟି ବିଦ୍ୟାଳୟର ୧୫୦ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ କଣ୍ଠ ସଂଗୀତ , କବିତା ଆବୃତି, ଏକକ ଅଭିନୟ, ନୃତ୍ୟ ,ଗଳ୍ପ ଲିଖନ,ବୁଦ୍ଧି ପରୀକ୍ଷା, ସାଧାରଣଜ୍ଞାନ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ ୫୦ ରୁ ଉର୍ଦ୍ଧ୍ୱ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଚଳିତ ବର୍ଷ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ଚମ୍ପିୟନ ହୋଇଥିଲା ବେଳେ ଜମରା ଉନ୍ନତ ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁର ରନର୍ସଅପ ହୋଇ ମାୟାଧର ପୃଷ୍ଟି ସ୍ମାରକୀ ଚମ୍ପିୟନ ପୁରସ୍କାର ସ୍ୱରୂପ ଟ୍ରଫି ଓ ନଗଦ ଅର୍ଥ ରାଶି ପାଇଛନ୍ତି ।

ଏହାର ଉଦଯାପନୀ ଉତ୍ସବରେ ଓଷ୍ଟାର କାର୍ଯ୍ୟକାରିଣୀ ସଭ୍ୟ ରଜନୀକାନ୍ତ ନନ୍ଦଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଭୁପତିଭୂଷଣ ଷଣ୍ଢ, ଓଷ୍ଟାର ଉପଦେଷ୍ଟା କିଶୋର କୁମାର ପଣ୍ଡା, ପୂର୍ବତନ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ରାଜ୍ୟ ଓଷ୍ଟାର ଉପସଭାପତି ଅଶୋକ କୁମାର ସ୍ୱାଇଁ, ପୂର୍ବତନ ସମ୍ପାଦକ କାର୍ତ୍ତିକଚନ୍ଦ୍ର ଦାସ,ଶିକ୍ଷାବିତ୍ ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶିଶୁ ହସିଲେ ସାରା ଦୁନିଆ ହସେ ଏବଂ ଶିକ୍ଷା ସହିତ ବିଭିନ୍ନ ଅର୍ନ୍ତନିହିତ ଗୁଣାବଳୀର ବିକାଶ ହେଲେ ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଜୀବନରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ବ୍ଲକ ଓଷ୍ଟାର ସମ୍ପାଦକ ଅମର ବଲ୍ଲଭ ଦାସ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଉପସଭାପତି ଲକ୍ଷ୍ମୀନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅଭ୍ୟର୍ଥନା କମିଟି ପକ୍ଷରୁ ରଘୁନାଥ ସାହୁ,ତିଳୋତ୍ତମା ନାୟକ, ମାଧବାନନ୍ଦ ପତି, ସୁରେଶଚନ୍ଦ୍ର ସ୍ୱାଇଁ, ସନ୍ତୋଷ ମହାପାତ୍ର,ସୂର୍ଯ୍ୟକାନ୍ତ ଲେଙ୍କା, ଜୟନ୍ତ ସାହୁ, ବୀରକିଶୋର ପଟ୍ଟନାୟକ, ସ୍ୱାଗତିକା ଲେଙ୍କା, ନିକୁଞ୍ଜକିଶୋର ତ୍ରୀପାଠୀ ଓ ପ୍ରମୋଦିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।