Onn 3

କଟିକଟା ମହୋତ୍ସବ ଉଦ୍‌ଘାଟିତ

State

ନିଶ୍ଚିନ୍ତକୋଇଲି : କଟକ ଚାନ୍ଦବାଲି ରାସ୍ତା ପାଶ୍ୱର୍ କଟିକଟା ବଜାର ନିକଟରେ ଥିବା ଖେଳପଡ଼ିଆରେ ଚଳିତ ବର୍ଷର କଟିକଟା ମହୋତ୍ସବ ଉଦଘାଟିତ ହୋଇଛି । ମହୋତ୍ସବ କମିଟିର ସଭାପତି ସାମ୍ବାଦିକ ପ୍ରତାପ ଶତପଥୀଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ମହୋତ୍ସବ କୁ ଉଦଘାଟନ କରିଛନ୍ତି । ଏଥ୍‌ôରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରତିନିଧି ନିତ୍ୟାନନ୍ଦ ସେଠୀ, ସରପଞ୍ଚ ଚିତ୍ତରଂଜନ ମଲିକ, ସମିତିସଭ୍ୟ ଦିଲ୍ଲୀପ କାଣ୍ଡି, ବଜାର କମିଟି ସଭାପତି ସଞ୍ଜୟ ବାରିକ, ସାମ୍ବାଦିକ ମନୋରଂଜନ ଭୂୟାଁ, ପ୍ରାକ୍ତନ ଜିଲ୍ଲାପରିଷଦ ବିନୋଦ ସାମଲ, ମନୋରଂଜନ ସିଂ, ପଙ୍କୋଜ ସିହ୍ନା, ଅରୁଣ ସିଂ, ପ୍ରମୋଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ କଟିକଟା ମହୋତ୍ସବ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବହୁ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ସୃଷ୍ଟି କରିଥିବାରୁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ ।

କମିଟିର ସମ୍ପାଦକ ସାମ୍ବାଦିକ ରଘୁନାଥ ସିଂ ମହୋତ୍ସବ ସଂକ୍ରାନ୍ତରେ ବିଷଦ ଭାବେ ଆଲୋଚନା କରିଥିଲା ବେଳେ ସମାଜସେବୀ ସନ୍ତୋଷ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବରେ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସହିତ ମେଲୋଡ଼ି, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତ୍ୟେକ ଦିନ ସାଧାରଣ ସଭା ଓ ବହୁ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ କରୁଛନ୍ତି ।