Onn 3

ପଦ୍ମପୁୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରସ୍ତୁତି ବେଳେ ରାଜ୍ୟ ସରକାରକୁ ହାଇକୋର୍ଟଙ୍କ ଝଟକା

State

 

orissa-high-court-img

କଟକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ନୂଆ ଜିଲ୍ଲା ଗଠନ ପାଇଁ ଘୋଷଣା ହୋଇପାରିବ ନାହିଁ ବୋଲି କୁହାଯାଇଛି। ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏହି ଅଂଚଳକୁ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଆଉ ଏହି ସମୟରେ ହାଇକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କୁ ଗୋଟିଏ ବଡ ଝଟକା ଲାଗିଛି।

ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ମାମଲା ଦାୟର ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଜିଲ୍ଲା ଘୋଷଣା ବେଳେ ରାଜ୍ୟ ସରକାର ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଂଗକୁ ବିଚାରକୁ ନେଉ ନାହାନ୍ତି। ଏହାପରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି।

ଆବେଦନକାରୀ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତି। ସେ ଆବେଦନରେ ଦର୍ଶାଇଛନ୍ତି ଯେ ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦାବି ବହୁ ପୁରୁଣା । ହେଲେ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ନବେ ଦଶକର। ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ଜଷ୍ଟିସ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ୧୯୭୫ ସେପ୍ଟେମ୍ବର ୨୯ରେ ରିପୋର୍ଟ ଦାଖଲ ହୋଇଥିଲା। ନୂଆ ଜିଲ୍ଲା ଗଠନ ପାଇଁ କିଛି ଗାଇଡଲାଇନ୍ ରହିଥିଲା। ଯେଉଁଥିରେ କୁହାଯାଇଥିଲା ୧୫ରୁ ୨୦ ଲକ୍ଷ ଜନସଂଖ୍ୟା ସହିତ ଜିଲ୍ଲା ମାନ୍ୟତା ପାଇବାକୁ ଥିବା ଅଞ୍ଚଳ ସର୍ବନିମ୍ନ ୧୫ହଜାର ବର୍ଗ କି.ମି ହୋଇଥିବ ସେହିପରି ଅର୍ଥନୈତିକ ସ୍ଥିତି ଓ ପଛୁଆ ପ୍ରସଂଗ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା।

ହାଇକୋର୍ଟ ଜିଲ୍ଲା ମାନ୍ୟତା ଉପରେ ଅନ୍ତରୀଣ ରୋକ୍ ଲଗାଇବା ପରେ ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି ମାମଲରା ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଉତ୍ତରାଞ୍ଚଳ ଆରଡିସି ଓ ବରଗଡ଼ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।