Defult onn2

ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି : ରାଜ୍ୟ ସରକାରଙ୍କ ପରିବେଶ ଶିକ୍ଷା କେନ୍ଦ୍ର ଓ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ବରାଦୋ ପଞ୍ଚାୟତ ପାଟପୁର ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇ ବରିଷ୍ଟ ଓ କନିଷ୍ଟ ବିଭାଗରେ ୧୮ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଇକୋ କ୍ଲବର ସଂଯୋଜକ ଦେବପ୍ରସାଦ ଦାସଙ୍କ ସଂଯୋଜନାରେ ସୁସ୍ଥ ସମାଜ ପାଇଁ ବିଭିନ୍ନ ପ୍ରକାର ଶକ୍ତିର ଆବଶ୍ୟକତା ଥିବାରୁ ଏହାକୁ ଅପଚୟ ନକରି କିପରି ସଂରକ୍ଷଣ କରାଯିବ ସେଥିପ୍ରତି ଛାତ୍ରଛାତ୍ରୀମାନେ ହାତରେ ପ୍ଲକ କାର୍ଡ଼ ଧରି ବିଭନ୍ନ ଶ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିଛନ୍ତି ।

ଆୟୋଜିତ ସଚେତନତା ସଭାରେ ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ଦାସଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ପରିବେଶବିତ୍ ବଳରାମ ପାତ୍ର , ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ଭରତଚନ୍ଦ୍ର ସାମଲ, ଶିକ୍ଷକ ସୀତାକାନ୍ତ ସାମଲ, ଶିକ୍ଷୟିତ୍ରୀ ପ୍ରିୟତମା ଚାନ୍ଦ,ଭାନୁପ୍ରିୟା ବେହେରା,ମଧୁସ୍ମିତା ସାହୁ,ରାଜଶ୍ରୀ ଜେନା,ମନସ୍ୱିନୀ ଖଟୁଆ,ସ୍ନେହଲତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅଣଶିକ୍ଷା କର୍ମଚାରୀ ଜାକିର ହୁସେନ୍ ,ଗଗନବିହାରୀ ବେହେରା ଙ୍କ ସମେତ ସ୍କୁଲ କମିଟିର ସମସ୍ତ କର୍ମକତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।