Onn 3

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ପଟ୍ଟାବିହୀନ ବାସିନ୍ଦାଙ୍କ ଗଣଧାରଣା ପ୍ରତ୍ୟାହୃତ: ନିର୍ବାଚନରେ ପଟ୍ଟା ନାହିଁତ ଭୋଟ ନାହିଁ ନୀତିର ଅନୁସରଣ ହେବ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ୍ଯରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ରିଲେ ଧାରଣା ଚତୁର୍ଥ ଦିନରେ ପହଞ୍ଚିଥିଲା ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ସଂଘ ଗଣଧାରଣାକୁ ପ୍ରତ୍ୟାହାର କରିନେଇଛି। ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ପଟ୍ଟାବିହୀନଙ୍କ ସମସ୍ୟା ଓ ଦାବୀ ଉପରେ ଆଲୋଚନା କରିଥିଲେ। ଏ ବାବଦରେ ପୁଣି ତାଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଦାବିଗୁଡିକ କିପରି ଶୀଘ୍ର ପୂରଣ ହୋଇପାରିବ ତା ଉପରେ ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଆଲୋଚନାରେ ସନ୍ତୁଷ୍ଟ ହୋଇ ସଂଘ ଧାରଣା କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରିନେଇଛି। ତିନୋଟି ଦାବୀ ନେଇ ସଂଘ ଧାରଣାରେ ବସିଥିଲା। ପ୍ରଥମରେ ଅସମାପ୍ତ ସର୍ଭେକୁ ଯଥାଶୀଘ୍ର ସମାପ୍ତ କରି ହିତାଧିକାରୀ ପଟ୍ଟାବିହୀନଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବା, ଦ୍ୱିତୀୟରେ ସହରରେ ଥିବା ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବା ଓ ତୃତୀୟରେ ସର୍ଭେ ସରି ଷ୍ଟିକରିଂ ସରିଥିବା ବାସିନ୍ଦାଙ୍କୁ ତ୍ଵରିତ୍ ଜମି ଅଧିକାର ପ୍ରଦାନ କରିବା। ସାକ୍ଷାତ କରିଥିବା ପ୍ରତିନିଧି ଦଳରେ ସଂଘର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର, ସାଧାରଣ ସମ୍ପାଦକ କାହ୍ନୁଚରଣ ବେହେରା, ମାର୍ଗଦର୍ଶକ ଗୋପବନ୍ଧୁ, ସହ ସମ୍ପାଦକ କାଶୀନାଥ ମାହାନା, କୋଷାଧକ୍ଷା ଭାରତୀ ପାତ୍ର, ବରିଷ୍ଠ ସଂଗଠକ ଅମଲ ଦେ ଓ ଯୁବନେତା ରାକେଶ ସିଂ ଥିଲେ। ନିର୍ବାଚନ ପୂର୍ବରୁ ଦାବୀ ଗୁଡିକ ପୂରଣ ପାଇଁ ପଦକ୍ଷେପ ନନେଲେ ସଂଘ ପଟ୍ଟା ନାହିଁ ତ ଭୋଟ ନାହିଁ ନୀତିର ଅନୁସରଣ କରିବ ବୋଲି କର୍ମକର୍ତ୍ତାମାନେ ସୂଚାଇ ଦେଇଛନ୍ତି।

ଯେଉଁମାନେ ଧାରଣାରେ ବସିଥିଲେ ସେମାନେ ହେଲେ ପ୍ରୀୟଜିତ ମଦିନା, ମହେଶ୍ଵର ବେହେରା, ସିନଗୋଲତା ମାଝୀ, ପ୍ରଫୁଲ୍ଲ ମହାନ୍ତି, ତ୍ରିଲୋଚନ ମହାନ୍ତ, କୁଳମଣି ସାହୁ, ପ୍ରସନ୍ନ ପାତ୍ର, ଭାରତୀ ଦାସ, ରାମଚନ୍ଦ୍ର ବିନ୍ଧାଣୀ, ସଂଯୁକ୍ତା ବାରିକ, ଅନିଲ ବାରିକ, ଗୀତାଞ୍ଜଳି ସିଂ, ନିନି ସେନାପତି ପ୍ରମୁଖ।