Heatwav

ଆଗାମୀ ୪ ଦିନ ପର୍ଯ୍ୟନ୍ତ ସିଝିବ ଓଡ଼ିଶା, ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା

State

ଭୁବନେଶ୍ୱର: ପହିଲା ଏପ୍ରିଲରୁ ରାଜ୍ୟରେ ପ୍ରବଳ ଉତ୍ତାପ ଅନୁଭୁତି ହେଉଛି । ଅନେକ ରାଜ୍ୟରେ ତାପମାତ୍ରା ୩୫ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ଅନୁସାରେ ଆଗାମୀ ୪ ଦିନ ଯାଏଁ ସିଝିବ ଓଡ଼ିଶା। ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ରାତିରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ଏପ୍ରିଲ୍ ୨ ତାରିଖ ସୁଦ୍ଧା ଭୁବନେଶ୍ୱର ଏବଂ କଟକ ସହରରେ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ ତାପମାତ୍ରା। ପରବର୍ତ୍ତୀ ଦିନରେ ୪୧ ରୁ ୪୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବୌଦ୍ଧ, ଟିଟିଲାଗଡ଼ ଏବଂ ବଲାଙ୍ଗିରର ତାପମାତ୍ରା ୪୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏପ୍ରିଲ ୩ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼ରେ ରାତି ତାପମାତ୍ରା ବୃଦ୍ଧି ପାଇବ।

ଏପ୍ରିଲ ୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଏବଂ ନୟାଗଡ଼ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଦିନରେ ତାପମାତ୍ରା ବୃଦ୍ଧି ପାଇବ। ବାଲାଙ୍ଗିର, କାଲାହାଣ୍ଡି, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଏବଂ ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତ୍ରି ଗରମ ଅନୁଭୁତି ହେବ।

ଆଗାମୀ ଏପ୍ରିଲ ୫ ଏବଂ ୬ ତାରିଖରେ ମଧ୍ୟ ସମାନ ଗରମ ରହିବ। ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହା ବ୍ୟତୀତ ଏପ୍ରିଲ ୪ ରୁ ଉତ୍ତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ହୋଇପାରେ । ଏଥି ସହିତ ଏପ୍ରିଲ୍ ୫ ରୁ ଉତ୍ତର ପଶ୍ଚିମ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ୩୮ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି ।