Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ସଂଗୀତ ପ୍ରତିଯୋଗିତା

Religion and Cult State

ବାରିପଦା: ସ୍ଥାନୀୟ ଭଂଜପୁର ସ୍ଥିତ କୁମାର୍ସ କ୍ଲବ ପରିସରରେ ଜଗଦ୍ଧାତ୍ରୀ ପୂଜା ଓ ମେଳା ଅବସରରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ୭୩ ଜଣ ଓ ମହାବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପ୍ରତିଯୋଗୀ ଅତି ଆଗ୍ରହର ସହ ଅଂଶ ଗ୍ରହଣ କରିଛନ୍ତି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I ଆଲୋକ ବାରିକ, ସନୁ ରଣା କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ I ସଂଗୀତ ନିର୍ଦ୍ଦେଶକ ତଥା ଅଭିନେତା ଶାନ୍ତନୁ ସିଂହ, ସଂଗୀତ ଗୁରୁ କଳ୍ପନା ମହାନ୍ତି ଓ ସଞ୍ଜୟ ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ I

ପ୍ରତିଯୋଗିତା ବହୁ ଉଚ୍ଚକୋଟିର ହୋଇଥିଲା ବୋଲି ବିଚାରକ ମାନେ ପ୍ରକାଶ କରିଛନ୍ତି I ବାଦ୍ୟ ଯନ୍ତ୍ରରେ ବିଭୁତି ଭୂଷଣ ବେହେରା ଓ ଶେଖ ସରIଫତୁଲ୍ଲା ସହାୟତା କରିଥିଲେ I କୃତୀ ପ୍ରତିଯୋଗୀ ମାନଙ୍କୁ ସାଂସ୍କୃତିକ ମଞ୍ଚରେ ଅତିଥି ମାନଙ୍କ ହାତରେ ପୁରସ୍କୃତ କରାଯିବ ବୋଲି ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା କହିଛନ୍ତି I ୩ ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତା ମାନଙ୍କରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ସମସ୍ତ ଛାତ୍ରଛାତ୍ରୀ, ଅନୁଷ୍ଠାନର ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି I