Onn 3

ବହଳଦା ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵହଳଦା ଵ୍ଳକର ଵହଳଦା ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଶକ୍ତି ସଂରକ୍ଷଣ ସଚେତନତା ବାର୍ତା ଲିଖିତ ପ୍ଳାକାର୍ଡ ଧରି ବହଳଦା ବଜାର ପରିକ୍ରମା ସହ ଶକ୍ତି ସଂରକ୍ଷଣ ଉପରେ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ ।ପରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଶକ୍ତି ସଂରକ୍ଷଣ ସଚେତନତା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌ ।

ଏଥିରେ ଶିକ୍ଷକ ଜଗନ୍ନାଥ ଗିରି, ସଂଗ୍ରାମ କେଶରୀ ଗିରି, ହରେକୃଷ୍ଣ ବେହେରା,ଅଶୋକ ପ୍ରଜାପତି,ତନୁଜା ମହାନ୍ତ, କାର୍ତ୍ତିକ ବେହେରା ପ୍ରମୁଖ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ଦେଇଥିଲେ । ଶକ୍ତି ସଂରକ୍ଷଣର ଆବଶ୍ୟକତା,କିଭଳି ଶକ୍ତି ସଂରକ୍ଷଣ କରାଯାଇପାରିବ ବିଜ୍ଞାନ ସମ୍ମତ ଅଭିମତ ଉପସ୍ଥାପନା କରିଥିଲେ ।ଏହି ଦିବସ ଉପଲକ୍ଷେ ବରିଷ୍ଠ ଵର୍ଗ ଏବଂ କନିଷ୍ଠ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତିପ୍ରତିଯୋଗୀଙ୍କୁ ଅତଇଥଇଗଣ ପୁରଷ୍କୃତ କରିଥିଲେ ।