Onn 3

ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଉଦଘାଟିତ

State

ବାରିପଦା: ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି | ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉଦ୍ଘାଟନୀ ଉତ୍ସଵରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ , ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ସମବାୟ କ୍ଷେତ୍ରର ସହକାରୀ ଉପ ନିବନ୍ଧକ ମନୋରଞ୍ଜନ ବେହେରା, ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ ନାଏକ ଏବଂ ଲ୍ୟାମ୍ପ୍ସ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ବେଶ୍ରା ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ |

ଯେଉଁ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବେ ଓ ଟୋକନ ପାଇଥିବେ, ସେମାନେ ନିର୍ଦ୍ଧାରିତ ସମୟରେ ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ଦିନ ଧାନ ବିକ୍ରି କରିପାରିବେ ବୋଲି ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଶ୍ରୀନନ୍ଦ ସୂଚନା ଦେଇଛନ୍ତି | ଚଳିତ ଥର ଏଫଏକ୍ୟୁ ବା ସାଧାରଣ ମାନର ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୨୧୮୩ ଟଙ୍କା ରହିଛି | କାର୍ଯ୍ୟକ୍ରମ ପରିଚାଳନାରେ ଲ୍ୟାମ୍ପ୍ସ କର୍ମଚାରୀ ଭାଗିରଥି ମୁର୍ମୁ , ସଞ୍ଜୟ କୁମାର ବେହେରା, ରାମଜିତ ବେଶ୍ରା , ଶଙ୍କର ମୁର୍ମୁ , କ୍ଷୀରୋଦ କୁମାର ଧଳ ସହଯୋଗ କରିଥିବା ବେଳେ ଲ୍ୟାମ୍ପ୍ସ ନିର୍ଦ୍ଦେଶକ ପାରାଉ ମାଝୀ , ଅଶୋକ କୁମାର ଗିରି , ଗୋପାଳ ଚନ୍ଦ୍ର ନନ୍ଦ, ମହୀରାମ ବେହେରା , ବୁଢ଼ାନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ |