Onn 3

ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା, .ନୂତନ ଗୃହ ନିର୍ମାଣ ଶିଳାନ୍ୟାସ ଓ ଭୂମି ପୂଜନ

State

ବାରିପଦା: ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା, ବାମନ ଘାଟି ଶାଖା, ବାବା ପୂର୍ଣେଶ୍ବର ମନ୍ଦିର ସମ୍ମୁଖର ରାସ୍ତା ପାର୍ଶ୍ଵରେ ଶୁକ୍ରବାର ଦିନ ପୂର୍ବାହ୍ନ ୮.୩୦ ରେ ଏକ ବ୍ରାହ୍ମଣ ସମାଜ ସଭାଗୃହର ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ବ୍ରାହ୍ମଣ ସମାଜ ସେମାନଙ୍କ ଯଜ୍ଞ,ବିଶ୍ବ କଲ୍ୟାଣ ପାଇଁ ପୂଜନ କାର୍ଯ୍ୟକ୍ରମ ପାଇଁ ଏକ ବସିଵା ସ୍ଥାନ ନ ଥିବାରୁ ବାରପିଣ୍ଢା, ହଇରାଣ,ହରକତ ହେଉଥିଲେ । ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏକ ସଭାଗୃହ ନିର୍ମାଣ ନିମନ୍ତେ ବିଧାୟକ ନବ ଚରଣ ମାଝୀ ନିଜ ଅନୁଦାନ ପାଣ୍ଠିରୁ ୪.୭୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ସେଥିପାଇଁ ବ୍ରାହ୍ମଣ ମହାସଭାର କମିଟି ତରଫରୁ ଆଜି ନୂତନ ଗୃହ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୌର ଉପାଧ୍ଯକ୍ଷା ଶ୍ରୀମତୀ ମମିତା ଚୌଧୁରୀଙ୍କ ସମେତ ଆଖପାଖ ବିଭିନ୍ନ ଅଂଚଳରୁ ବହୁ ସଦସ୍ୟ ପହଞ୍ଚିଥିଲେ ।ଭୂମି ପୂଜାକୁ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ କର ମହାପାତ୍ର, ବିଶିଷ୍ଟ ପୂଜକ ପ୍ରସନ୍ନ ଷଡଙ୍ଗୀ ରୀତିନୀତି ଅନୁସାରେ ଭୂମି ପୂଜନ, ବାସ୍ତୁ ପୂଜନ,ହଵନ ଇତ୍ୟାଦି ପୂଜନ କାର୍ଯ୍ୟ ସଂପାଦନ କରିଥିବାବେଳେ ସେବା ନିବୃତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଣେଶ୍ୱର ଦାସ କର୍ତା ଦାୟିତ୍ଵ ନିଭାଇଥିଲେ ।ଏହି ପବିତ୍ର ସ୍ଥାନରେ ଯଜ୍ଞ,ବିଶ୍ବ କଲ୍ୟାଣ ପାଇଁ ଆଗକୁ କାର୍ଯ୍ୟକ୍ରମ,ବିଶ୍ଵ ଏବଂ ସମାଜର ମଙ୍ଗଳ ଓ ଶାନ୍ତି କାମନା ପାଇଁ ପୂଜନ କାର୍ଯ୍ୟକ୍ରମ ହେବ । ବିଧାୟକ ବ୍ରାହ୍ମଣ ମହାସଭା ପାଇଁ ଏକ ସଭାଗୃହ ପାଇଁ ଅନୁଦାନ ଦେଇଥିବାରୁ କମିଟି ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଥିଲା ।