କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟ ରଖିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂ। ସେ କହିଛନ୍ତି, କୋଶଳ ରାଜ୍ୟ ଦାବି କରିବା ସମସ୍ତଙ୍କ ଅଧିକାର। କାହାକୁ ବାରଣ କରାଯାଇପାରିବ ନାହିଁ। କିନ୍ତୁ ଆଜି କରିବାର ମାନେ କଣ ? ବିରୋଧୀ କାହିଁକି ଚାହୁଛନ୍ତି। ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା। ଦରକାର ବି ଥିଲା। କିନ୍ତୁ ଆଜି ଚିତ୍ର ବଦଳିଛି। ଏକବିଂଶ ଶତାବ୍ଦୀରେ ଆର୍ଥିକ ସ୍ଥିତି ଠିକ୍ ନଥିଲା। ଏବେ ଆମ ସରକାରରେ ସମସ୍ତ ବ୍ୟବସ୍ଥା ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କଳାକାର ଙ୍କୁ ନେଇ ଉଠିଥିବା ବିବାଦ ଦିନେ ସମାଧାନ ହୋଇଯିବ। କିନ୍ତୁ ତାକୁ ନେଇ ପୂର୍ବ ପଶ୍ଚିମ ଭାଗ ଭାଗ ଚିନ୍ତା ଠିକ୍ ନୁହେଁ। ତାର ସମାଧାନ ଦିଗରେ ସମସ୍ତେ ଗୁରୁତ୍ଵ ଦେବା ଉଚିତ୍। ନିର୍ବାଚନ ସମୟରେ ଏକଥା ଉଠେ। ଏହା ନୂଆ ନୁହେଁ। ଲୋକେ ସବୁ ବୁଝିଲେଣି। ଭୋଟରେ କିଛି ଫଳ ପଡ଼ିବନି।