Onn 3

କୃଷ୍ଣଚନ୍ଦ୍ର ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

State

ବାରିପଦା: କୃଷ୍ଣଚନ୍ଦ୍ର ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରୁହିଆ ମାର୍ଣ୍ଡି, ସ୍ଥାନୀୟ ସରଂପଚ ଶ୍ରୀମତୀ ଶକୁନ୍ତଳା ବିଶ୍ୱାଳ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ, ନିକଟସ୍ଥ ଏସ.ଏସ.ଡି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜକିଶୋର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କମଳ ଲୋଚନ ଅଧିକାରୀ, ଶ୍ରୀଯୁକ୍ତ ଦୀପକ କୁମାର ବିଶୋଇ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଭଞ୍ଜ କିଶୋର ନାଏକ ତଥା ଅନ୍ୟ ସଭ୍ୟସଭ୍ୟା ଓ କଣ୍ଟାପାଳ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଯୋଗଦାନ କରି ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ନବୀନ କୁମାର ଚୌଧୁରୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ କୁମାରୀ ଅନିତା ଦଳସିଂହ ସଭା ସଂଯୋଜନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଭିଏଁ ମନଭରି ଉପଭୋଗ କରିଥିଲେ ।

ଉଦ୍‌୍‌ଯାପନି ସଭାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ଡ. ପ୍ରଶାନ୍ତ ମହାନ୍ତି ଶ୍ରୀମତୀ ଦିପ୍ତି ନାଏକ, ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀକେତନ ପାତ୍ର , ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗଣେଶ୍ୱର ଗିରି, ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା ଯୋଗଦାନ କରି ଛାତ୍ର ଛାତ୍ରୀଙ୍କର ଭବିଷ୍ୟତର ଉନ୍ନତି ପାଇଁ ମୂଲ୍ୟବାନ ଉପଦେଶ ଦେଇଥିଲେ । ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀ ବୁଧୁରାମ ସିଂ ଶ୍ରୀ ଦିବ୍ୟରଞ୍ଜନ ଦାସ, ଶ୍ରୀମତୀ ପ୍ରାଣୀପ୍ରଭା ଗିରି, କୁସଭଦ୍ରା ସି, ଶ୍ର୍‌ୀ ଲକ୍ଷ୍ମୀପ୍ରିୟା ହେମ୍ବ୍ରମ, ଶ୍ରୀମତୀ ନିଳିମା ମହାନ୍ତ, ଶ୍ରୀମତୀ ଦଳିମଣି ବେହେରା, ଶିକ୍ଷା କର୍ମଚାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା, ଶ୍ରୀ ଦୀପକ ମହାନ୍ତଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।