Onn 3

ହତ୍ୟା ନା ଆତ୍ମହତ୍ୟା ଲକ୍ଷ୍ମୀପ୍ରିୟାର ମୃତ୍ୟୁକୁ ନେଇ ରହସ୍ୟ ଜାରୀ

Crime State

ଆଗରପଡ଼ା : ଗୁରୁବାର ଜନ୍ମ ହୋଇଥିବା ଏକ ନାବାଳିକା ପୁଣି ଗୁରୁବାର ମୃତ୍ୟୁ ବରଣ କରିବା ଏକ ବିଡ଼ମ୍ବନାର ବିଷୟ ହୋଇଥିବା ବେଳେ ଉକ୍ତ ନାବାଳିକାଙ୍କ ମୃତ୍ୟୁକୁ ନେଇ ରହସ୍ୟଜାରୀ ରହିଥିବା ଜଣାପଡ଼ିଛି । ମୃତା ମାମୁଁଙ୍କ ଅଭିଯୋଗକୁ ଆଧାର କରି ହତ୍ୟା ପରି ସଙ୍ଗୀନ ଦଫାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ପ୍ର।।ରମ୍ଭିକ ତଦନ୍ତରେ ପୋଲିସ ଏହା ଆତ୍ମହତ୍ୟା ବୋଲି ସୂଚନା ଦେବା ଘଟଣାରେ ନୂଆ ମୋଡ଼ ସୃଷ୍ଟି କରିଛି । ପ୍ରକୃତରେ ମୃତା ନାବାଳିକାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଏହା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ କୁଆଁଶମଢିଆ ଗ୍ରାମରେ । ଗତ ୮ ତାରିଖ ଜିଲ୍ଲାର ପୁରୁଣାବଜାର ବାସୀନ୍ଦା ଅଜିତ ଦାସ (ମୃତାଙ୍କ ମାର୍ମୁ) ଆଗରପଡ଼ା ଥାନାରେ ତାଙ୍କ ଭାଶିଜୀ ଲକ୍ଷ୍ମୀପ୍ରିୟା(ମାମା)କୁ ତାଙ୍କ ବାପା,ମା ଓ ବୁଢୀ ମା ନ୍ୟସ୍ତ ସ୍ୱାର୍ଥ ନିମିତ୍ତ ତାଙ୍କ ଶବକୁ ପୋଲିସକୁ ନ ଜଣାଇ ତରବରିଆ ଭାବେ ପୋଡ଼ି ଦେଇଥିବା ଓ ଏହା ଏକ ସୁପରିକଳ୍ପିତ ଯୋଜନା ବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ୩ ଅଭିଯୁକ୍ତ ବନମାଳୀ ସାହୁ(ମୃତାଙ୍କ ବାପା),ଯୋସ୍ନା (ବନମାଳୀଙ୍କ ୨ୟ ସ୍ତ୍ରୀ ତଥା ମୃତାଙ୍କ ସାବତ ମା) ଓ କୋଶିଳା(ମୃତାଙ୍କ ଜେଜେମୋ)ଙ୍କ ନାମରେ ଥାନା କେସ ନଂ ୨୩୧/୨୦୨୩ ଓ ଦଫା ୩୦୨/୨୦୧/୩୪ ଆଇପିସି ରେ ମାମଲା ରୁଜ୍ଜୁକରି ବନମାଳୀଙ୍କୁ ଗିରଫ କରି କାର୍ଟ ଚାଲାଣ କରିଛି ।

ଧାମନଗର ଏସଡ଼ିପିଓ ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସାଇଣ୍ଟିଭିକ୍ ଟିମ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳକୁ ଯାଇ ସେଠାରୁ ମୃତାଙ୍କ ପୋଷାକପତ୍ର ଉଦ୍ଧାର କରିବା ସହ ହାଡ଼,କୋଇଲା,ପୋଡ଼ାଯାଇଥିବା ସ୍ଥାନର ମାଟି ଆଦି ସଂଗ୍ରହ କରି ଏହାକୁ ଯାଂଚ ପାଇଁ ପଠାଇଥିବା ଜଣାପଡ଼ିଛି । ପରେ ଉକ୍ତ ଘଟଣାର ତଦନ୍ତ ବିଷୟରେ ଥାନାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିବା ସହ ପ୍ରାରମ୍ଭିକ ତଦନ୍ତରୁ ପାରିପାଶ୍ୱିର୍କ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଛି ବୋଲି କହିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଲକ୍ଷ୍ମୀପ୍ରିୟା(ମାମା)ମୃତା ବୋଲି ଘୋଷଣା କରିବା ପରେ କେଉଁ କାରଣରୁ ବନମାଳୀ ମୃତାଙ୍କ ଶବକୁ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ତରବରିଆ ଭାବେ ସେଠାରୁ ନେଇ ଆସି ଶବ ଦାହ କରିଥିଲେ । ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚିବା ବେଳକୁ ପରିବାରବର୍ଗ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ତେଣୁ ପୋଲିସ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଏହିପରି ଏକ ସମ୍ବେଦନଶୀଳ ଘଟଣାର ପ୍ରକୃତ ରହସ୍ୟ ଖୋଜି ବାହାର କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମଡଲରୁ ଦାବି ହେଉଛି ।