Onn 3

ଫାଶୀ ଲଗାଇ ବି.ଟେକ ଛାତ୍ରଙ୍କ ଆତ୍ମହତ୍ୟା

Crime State

ରାଉରକେଲା: ଏନଆଇଟି-ରାଉରକେଲା ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ଏସ୍ ସ୍ୱାମୀନାଥନ୍ ହଲ୍ ଅଫ୍ ରେସିଡେନ୍ସରେ ଥିବା ହଷ୍ଟେଲ ରୁମରୁ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଦେବମଳୟ ରୟ କର୍ମକର।

ଦେବମଳୟ ଜଣେ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂ ଛାତ୍ର ଭାବେ ପାଠ ପଢୁଥିଲେ। କେଉଁ କାରଣରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏନେଇ ଘଟଣାସ୍ଥଳରେ ସମସ୍ତଙ୍କୁ ପଚରାଉଚୁରା କରୁଛି ପୋଲିସ।

ଏନେଇ କଲେଜର ରେଜିଷ୍ଟ୍ରାର ରୋହନ ଧିମନ କହିଛନ୍ତି, ହୋଷ୍ଟେଲ ରୁମରେ ଦେବମଳୟଙ୍କ ସହ ତାଙ୍କ ସହପାଠୀ ବା ବନ୍ଧୁ ରହୁଥିଲେ। ଏହି ବନ୍ଧୁ ଜଣଙ୍କ ନିଜ ଘର ସମ୍ବଲପୁର ଯିବା ପରଠାରୁ ଦେବମଳୟ ରୁମରେ ଏକୁଟିଆ ରହିଲେ। ତେବେ ଆଜି ମୃତ ଛାତ୍ରଙ୍କ ପରିବାର ଲୋକେ ବାରମ୍ବାର ଫୋନ କଲ କରିବା ସତ୍ତ୍ବେ ଛାତ୍ରଟି ଫୋନ ନଉଠାଇବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଯୋଗାଯୋଗ କରିଥିଲେ। କଲେଜ କର୍ତ୍ତୃପକ୍ଷ ଦେବମଳୟଙ୍କ ରୁମକୁ ଆସି କବାଟ ଖୋଲି ଦେଖିବା ବେଳକୁ ଛାତ୍ର ଜଣଙ୍କ ଆଜି ସକାଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ ଆତ୍ମହତ୍ୟାର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।